ସରକାର ଅମଲା ସଙ୍ଘକୁ ନାଲିଆଖି ଦେଖାଇ ନାହିଁ, ସେମାନଙ୍କୁ ନିବେଦନ କରିଛୁ :ମନ୍ତ୍ରୀ

ରାଜସ୍ବ ଅମଲା ସଙ୍ଘଙ୍କୁ ଚେତାବନୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ସରକାର ଅମଲା ସଙ୍ଘକୁ ନାଲିଆଖି ଦେଖାଇ ନାହିଁ, ସେମାନଙ୍କୁ ନିବେଦନ କରିଛୁ । ଯେଉଁମାନଙ୍କ ସେବାରେ ନିଯୁକ୍ତି ପାଇଛ ସେମାନଙ୍କ ସେବା ପାଇଁ କାମ କର । ସେମାନଙ୍କୁ ହଇରାଣ କରିବା ପାଇଁ ଆନ୍ଦୋଳନ କରିବା ଠିକ୍ ନୁହେଁ । ସାମୁହିକ ଛୁଟି ନେବା ଠିକ୍ ନୁହେଁ । ଅମଲା ମାନେ ଆମେ ପରିବାର ଲୋକ, ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ସେମାନଙ୍କ ପ୍ରତି ମୋର ପୂର୍ଣ୍ଣ ସହାନୁଭୂତି ଅଛି । ସୋମବାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ଏହାପରେ ସେମାନେ କାମ ଆରମ୍ଭ କରିଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *