ଆଜି ରାତିରେ ଆକାଶରେ ଦୃଶ୍ୟମାନ ହେବ ସୁପରମୁନ । ଏହାକୁ ଖାଲି ଆଖିରେ ଦେଖିପାରିବେ ବିଶ୍ୱବାସୀ । ଚାରିଆଡେ ଆଲୋକିତ ହୋଇଯିବ । କିଛି ସ୍ଥାନରେ ଏହି ସୁପରମୁନ ଦୃଶ୍ୟମାନ ହେବ। ଯାହାକୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ଭରି ରହିଥିବାର ଦେଖିବାକୁ ମିଳିଛି ।
ଏଭଳି ମହାଜାଗତିକ ଘଟଣା ଦେଖିବା ପାଇଁ ଟେଲିସ୍କୋପ୍ କିମ୍ବା କୌଣସି ବିଶେଷ ଉପକରଣ ଆବଶ୍ୟକ ନାହିଁ । କେବଳ ସ୍ୱଚ୍ଛ ଆକାଶ ଏବଂ ସର୍ବନିମ୍ନ କୃତ୍ରିମ ଆଲୋକ ଦ୍ବାରା ଏହାକୁ ଦେଖି ହେବ । ଯେତେବେଳେ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚେ ତାହାକୁ ପେରିଜି କୁହାଯାଏ । ଏହି ମୁହୂର୍ତ୍ତ ଯଦି ଏକ ପୂର୍ଣ୍ଣିମା ସହିତ ମେଳଖାଏ, ତେବେ ଏହାକୁ ସୁପରମୁନ୍ କୁହାଯାଏ । ପେରିଜି ଶବ୍ଦ ଗ୍ରୀକ୍ ମୂଳ ପେରି ଓ ଜିଓରୁ ଆସିଛି। ପେରି ଅର୍ଥ ନିକଟ ଓ ଜିଓ ଅର୍ଥ ପୃଥିବୀ । ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ସୁପରମୁନ ଶବ୍ଦଟି ପ୍ରଥମେ ପ୍ରଚଳନ କରିଥିଲେ । ଧୀରେ ଧୀରେ “ସୁପରମୁନ “ ଶବ୍ଦଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି । ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ୨ ରୁ ୪ ଥର ଘଟିଥାଏ । ୨୦୨୫ ମସିହାରେ “୩- ସୁପରମୁନ ସିରିଜ” ର ଦୃତୀୟ “ସୁପରମୁନ“ ନଭେମ୍ବର ୫ ଓ ଶେଷ “ସୁପରମୁନ” ଟି ଡିସେମ୍ବର 4 ତାରିଖରେ ଦେଖାଯିବ । ସେଦିନ ଚନ୍ଦ୍ରଟି ଆମକୁ ସାଧାରଣ ଦିନର ପୂର୍ଣ ଚନ୍ଦ୍ର ଠାରୁ ପ୍ରାୟ ୭% ବଡ ସହ ୧୫% ଦେଖାଯିବ । ୨୦୨୬ ମସିହାର ଜାନୁଆରି ୩ ନଭେମ୍ବର ୨୪ ଓ ଡିସେମ୍ବର ୨୩ ତାରିଖରେ ୩ ଟି ସୁପରମୁନ ଦେଖାଯିବ। ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘ ମୁକ୍ତ ଥିଲେ ଏହାକୁ ଖାଲି ଆଖିରେ ରାତି ସାରା ଦେଖିହେବ । “ସୁପରମୁନ ” ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେନାହିଁ ।
୧୫୦ ବର୍ଷ ପରେ ଦୃଶ୍ୟମାନ ହେବ ସୁପରମୁନ୍
