ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା

ନୂଆପଡ଼ା: ନୂଆପଡ଼ାରେ ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା । ମୃତ୍ୟୁ ପୂର୍ବରୁ ଭଡିଓ କରି ଆତ୍ମହତ୍ୟା ର କାରଣ ଦର୍ଶାଇଛନ୍ତି ମହିଳା କନେଷ୍ଟବଳ । ମହିଳା କନେଷ୍ଟବଳଙ୍କ ମୃତ୍ୟୁ ପୂର୍ବର ଭିଡିଓ ଦୁଃଖଦାୟକ ଥିଲା । ସେ ଭିଡିଓରେ କହିଛନ୍ତି ଶାଶୂଘର ଲୋକଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିବାକୁ ଯାଉଛନ୍ତି । ଶାଶୂ ଓ ସ୍ବାମୀ ନିର୍ଯାତନା ଦେଉଥିବାରୁ ପୂର୍ବରୁ ମଧ୍ୟ୍ୟ ଅଭିଯୋଗ କରିଥିଲେ କନେଷ୍ଟବଳ ରୁକ୍ମିଣୀ ନାଗ । କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ରେଲୱେ ଫାଟକ ଆଗରେ ଥିବା ଗଛରୁ ଉଦ୍ଧାର କରାଯାଇଛି । ମହିଳା କନଷ୍ଟେବଳ ଭିଡିଓରେ କହିଛନ୍ତି:
ମୋ ସ୍ବାମୀ ମୋତେ ସବୁବେଳେ ଟର୍ଚର କଲେ, ସବୁଦିନ ଡ୍ୟୁଟିରୁ ଆସିବା ପରେ ଝଗଡ଼ା କଲେ
କିନ୍ତୁ ମୁଁ ଚୁପ୍ ରହେ କାରଣ ମୋର ଛୁଆ ଅଛି ବୋଲି, ମୋତେ ଦୁର୍ବଳ ଲାଗୁଛି କିଛି କୁହ ନାହିଁ, କିନ୍ତୁ ସେ ଶୁଣନ୍ତି ନାହିଁ
ମୋ ଶାଶୂ କହୁଛନ୍ତି ମୋ ପୁଅକୁ ଡିଭୋର୍ସ ଦେଇଦେ, ତୁ ଘରୁ ପଳେଇ ଯା, ମୋ ପୁଅକୁ ମୁଁ ଅଲଗା ଝିଅକୁ ମ୍ୟାରେଜ୍ କରିବି

ସୂଚନାଯୋଗ୍ୟ, ମୃତା ମହିଳା ଜଣକ ହେଲେ ନୂଆପଡ଼ା ସଦର ଥାନାର କନେଷ୍ଟବଳ ରୁକ୍ମିଣୀ ନାଗ । ସେ ରାଧକୃଷ୍ଣପଡ଼ାରେ ରହୁଥିଲେ । ସେ ରେଲୱେ ଫାଟକ ଆଗରେ ଏକ ଗଛରେ ଓଢଣି ସାହାଯ୍ୟରେ ଝୁଲିପଡିଥିଲେ । ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ମୃତା କନେଷ୍ଟବଳଙ୍କ ସ୍ବାମୀ ମଧ୍ୟ ପୋଲିସ ବିଭାଗରେ କାମ କରୁଥିବାର ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *