ସରକାରୀ ବସ୍‌ରେ ମାଗଣା ଯିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ସରକାରୀ ବସ୍‌ରେ ଛାତ୍ରଛାତ୍ରୀ ମାଗଣା ସ୍କୁଲ ଯାଇପାରିବେ । ଏହା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ବଡ଼ ଘୋଷଣା କରି କହିଛନ୍ତି, କେବଳ ପରିଚୟପତ୍ର ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ସ୍କୁଲ ଯିବେ । ସେ ଆହୁରି ମଧ୍ୟ୍ୟ କହିଛନ୍ତି, ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବା ସହ ପ୍ରାଥମିକ ଶିକ୍ଷାରେ ବହୁ ମାତ୍ରାରେ ପରିବର୍ତ୍ତନ ହେବ । ଏନସିଇଆରଟି ଢାଞ୍ଚାରେ ଏସସିଇଆରଟିକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ । ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

Leave a Reply

Your email address will not be published. Required fields are marked *