ବ୍ୟାନର ଟାଙ୍ଗିବାକୁ ନେଇ ମୁହାଁମୁହିଁ ଛାତ୍ର ଥମୁନି ଉତ୍ତେଜନା

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବ୍ୟାନର ଟାଙ୍ଗିବାକୁ ନେଇ ଥମୁନି ଉତ୍ତେଜନା। ଗତକାଲିଠାରୁ ଏଯାଏ ଉତ୍ତେଜନା ଲାଗି ରହିଛି । ଆଜି ମଧ୍ୟ ଗୋଟିଏ ଗୋଷ୍ଠୀର ଛାତ୍ର କଲେଜ ଗେଟ ସମ୍ମୁଖରେ ତୀବ୍ର ଉତ୍ତେଜନା ସୃଷ୍ଟି କରିବା ସହିତ ଟାୟାର ଜାଳି ଗେଟରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଛନ୍ତି । ଏପରିକି ଆଜି କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ଗେଟ ଭିତରକୁ ଛାଡି ନଥିଲେ । ପୋଲିସ ହସ୍ତକ୍ଷେପ କରି ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିରେ ଛାତ୍ରମାନେ ସହମତି ପ୍ରକାଶ କରିଥିଲେ ବି ଗେଟ ସମ୍ମଖରୁ ଧାରଣାରୁ ଉଠି ନାହାନ୍ତି । ତେବେ ଆନ୍ଦୋଳନକାରୀ ଛାତ୍ର ପ୍ରତିନିଧି ଓ ଅଧ୍ୟକ୍ଷଙ୍କ ଭିତରେ ଆଲୋଚନା ଚାଲିଛି । ବର୍ତ୍ତମାନ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *