ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମାନି କାର୍ଯ୍ୟକଳାପକୁ ନେଇ ଗର୍ଜିଲେ ଛାତ୍ର ଛାତ୍ରୀ ଓ ଅଭିଭାବକ । ଗଞ୍ଜାମ ସୋରଡ଼ା ବ୍ଲକ ଜୟସିଙ୍ଗି ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ । ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବିକୁ ନେଇ ସ୍କୁଲ ଗେଟରେ ତାଲା । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 153 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଦିନ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ସହ ପାଠ ପଢାରେ ଅନିୟମତାକୁ ନେଇ ଅଭିଯୋଗ ହୋଇଛି । ସ୍କୁଲ ସମସ୍ୟା ବାହାରେ କହିଲେ ମାଡ଼ ମରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ସମସ୍ତ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ।
ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ ପାଇଁ ତାତିଲେ ଛାତ୍ରଛାତ୍ରୀ
