ମୋବାଇଲ ପାଇଁ ଜୀବନ ହାରିଲେ ଛାତ୍ର

କେନ୍ଦୁଝର: ମୋବାଇଲ ନଦେବାରୁ ଝୁଲିପଡିଲେ ଛାତ୍ର। ଘର ଲୋକ ମୋବାଇଲ ନଦେବାରୁ ଛାତ୍ର ଜଣକ ଜୀବନ ହାରିଥିବା ସୂଚନା। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଗୁଳୁଦିପଶି ଗାଁରେ ଘଟିଥିବା ଜଣାପଡିଛି। ପରିବାର ଲୋକେ ମୋବାଇଲ ଦେବାରେ ଅସମର୍ଥ ହେବାରୁ ଛାତ୍ର ଜଣକ ଜୀବନ ହାରିଥିବା ସୂଚନା। ତେବେ ଛାତ୍ର ଜଣକର ମୋବାଇଲ ଖରାପ ହୋଇଥିବାରୁ ଗତକାଲି ସକାଳେ ନୂଆ ମୋବାଇଲ ପାଇଁ ନିଜ ମାଆଙ୍କ ନିକଟରେ ଅଳି କରିଥିଲେ। ସଙ୍ଗେ ସଙ୍ଗେ ମୋବାଇଲ କିଣି ଦେବାକୁ ମାଆ ଅସମର୍ଥ ହେବାରୁ ଘର ପଛପଟେ ଥିବା ଏକ ଆମ୍ବ ଗଛରେ ଝୁଲି ପଡିଥିଲେ। ଘର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଗଛରୁ ଉଦ୍ଧାର କରି ନିକଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାରିଆ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଶୈଳେନ୍ଦ୍ର ନିଜ ପିତାମାତାଙ୍କ ଏକମାତ୍ର ପୁତ୍ର ହୋଇଥିବା ବେଳେ ଏହି ଘଟଣା ଯୋଗୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *