ମୁମ୍ବାଇ: ଦୀର୍ଘଦିନର ଅପେକ୍ଷା ପରେ ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁର ଙ୍କ ଅଭିନୀତ ଚଳଚ୍ଚିତ୍ର ‘ସ୍ତ୍ରୀ-୨’ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହାସହ ଗତ ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ମଧ୍ୟ ଆହୁରି ଦୁଇଟି ବଡ ବଡ ଚଳଚ୍ଚିତ୍ର ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ଅଭିନେତା ଅକ୍ଷୟ କୁମାର ଙ୍କ ‘ଖେଲ ଖେଲ ମେଁ’ ଏବଂ ଜନ୍ ଆବ୍ରାହିମ ଙ୍କ ‘ବେଦା’ ଚଳଚ୍ଚିତ୍ରକୁ ଏବେ ଟକ୍କର ଦେଇ ଆଗେଇ ଚାଲିଛନ୍ତି ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁର ଙ୍କ ଅଭିନୀତ ‘ସ୍ତ୍ରୀ-୨’ । ଅର୍ଥାତ୍ ତାଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ-୨’ ଏବେ ଅନେକ ବଡ଼ ବଡ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିଛି। ‘ସ୍ତ୍ରୀ-୨’ କମ ବଜେଟରେ ନିର୍ମିତ ହୋଇଥିବା ବେଳେ ରିଲିଜର ପ୍ରଥମ ଦିନରେ ହିଁ ୫୪.୩୫କୋଟି ଟଙ୍କା ଆୟ କରିଥିବା ଏବେ ଜଣାପଡ଼ିଛି। ‘ସ୍ତ୍ରୀ-୨’ ରିଲିଜ୍ ପୂର୍ବରୁ ୮.୩ କୋଟି ଟଙ୍କା ଆୟ କରିଥିବା ବେଳେ ପ୍ରଥମ ଦିନରେ ଏହା ମୋଟ ୪୬କୋଟି ଟଙ୍କା ଆୟ କରିଛି।
ବକ୍ସ ଅଫିସରେ ଧମାଲ କରୁଛି ‘ସ୍ତ୍ରୀ-୨’
