ପଞ୍ଚୁକରେ ଶ୍ରୀଜିଉଙ୍କ ନାନା ବେଶ

କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହନ୍ତି । କୁହାଯାଏ ବର୍ଷକର ଏହି ପାଞ୍ଚ ଦିନରେ ସବୁଠାରୁ ଅଧିକ ପୂର୍ଣ୍ଣ୍ୟଫଳ ମିଳିଥାଏ । ହିନ୍ଦୁ ଶାସ୍ତ୍ର ମତ ଅନୁସାରେ କାର୍ତ୍ତିକ ମାସ ପୂର୍ଣ୍ଣ୍ୟର ମାସ ଅଟେ । ମାତ୍ର ଏହି ମାସ ଭିତରେ ଶେଷ ପାଞ୍ଚ ଦିନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ଦିନ ମାନଙ୍କରେ ଦୈବପୀଠରେ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଥାଏ । ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରିବା ନିମନ୍ତେ ଭିଡ଼ ଜମାଇଥାନ୍ତି । କାରଣ ବର୍ଷ ସାରାର ଦର୍ଶନରେ ଯେଉଁ ଫଳ ପ୍ରାପ୍ତି ନହୁଏ ତାହା ଏହି ଦିନ ଗୁଡିକରେ ଦର୍ଶନରେ ମିଳିଥାଏ । ଚଳିତ ବର୍ଷର ପଞ୍ଚୁକ ବ୍ରତ ଆରମ୍ଭ ହୋଇସାରିଛି । ଅନେକ ମାତ୍ରାରେ ଦେବା ଦେବୀଙ୍କ ଦର୍ଶନ ପାଇଁ ଭିଡ଼ ଜମୁଛି । ଏହି ବ୍ରତରେ ଶ୍ରୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ସହ ଅନେକ ନୀତିକାନ୍ତି ମଧ୍ୟ ଅନୁଷ୍ଠିତ ହୋଇଥାଏ । ଅଲଗା ଅଲଗା ଦିନ ମାନଙ୍କରେ ଅଲଗା ଅଲଗା ବେଶରେ ଦର୍ଶନ ଦିଅନ୍ତି ଚତୁର୍ଦ୍ଧାମୁରତି। ୫ ଦିନର ପଞ୍ଚୁକରେ ଏହି ବେଶ ଗୁଡିକୁ ଦର୍ଶନ କଲେ ସାରା ଜୀବନର ପାପକ୍ଷୟ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ବର୍ଷ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ କ୍ଷୟ ହେଉଥିବାରୁ ପାଞ୍ଚ ଦିନ ବଦଳରେ ଚାରି ଦିନ ଏହି ବ୍ରତ ପାଳନ ହେଉଛି । ଆଜିଠାରୁ ମହାପ୍ରଭୁ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ରବିବାର ଅର୍ଥାତ ଆଜି ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସୋମବାର ଦିନ ତ୍ରିବିକ୍ରମ ବେଶ ଓ ମଙ୍ଗଳବାର ଦିନ ଲକ୍ଷ୍ମୀ ନୃସିଂହ ବେଶ ସହ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ଓ ସୁନାବେଶ ଅନୁଷ୍ଠିତ ହେବ । ଏହା ସହ ବଡ଼ ଏକାଦଶୀ କାରଣରୁ ବେଶୀ ଭିଡ଼କୁ ନେଇ ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ନିଆଯାଇଛି । ମନ୍ଦିର ଭିତର ବେଢାରେ ଅନେକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ରହିଥିବା ସହ ୩ ଦ୍ୱାରରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *