ପୁରୀ: ମହା କାର୍ତ୍ତିକର ପ୍ରଥମ ଦିନରେ ପୁରୀଠାରେ ଶ୍ରୀଜଗନ୍ନାଥ କୁମ୍ଭମେଳାର ରୌପ୍ୟ ଜୟନ୍ତୀ-୨୫ ଉତ୍ସବ ମହୋଦଧି ବେଳାଭୂମିର ଦିଗବାରେଣି ପତିତପାବନ ଘାଟରେ ଉଦଘାଟିତ ହୋଇଛି। ଶ୍ରୀଜଗନ୍ନାଥ କୁମ୍ଭମେଳା କମିଟିର ଅଧ୍ୟକ୍ଷ ତଥା ଶ୍ରୀଜଗନ୍ନାଥ ଚେତନା ମହାସତସଙ୍ଗର ପ୍ରତିଷ୍ଠାତା, ଚେତନା ଗବେଷକ ଡଃ. ପ୍ରସନ୍ନ କୁମାର ସ୍ଵାଇଁ, ଭକ୍ତ, ସାଧୁ, ସନ୍ଥ, ବିଶ୍ୱ ହିନ୍ଦୁ ପରିଷଦ ଓ ପ୍ରମୋଦ କୁମାର ପ୍ରଧାନଙ୍କ ଦ୍ଵାରା ଉଦଘାଟିତ ହୋଇଛି । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଅନାମ ମୁନି ମହାରାଜା ଯୋଗଦାନ କରିଛନ୍ତି । ଅପରାହ୍ନ ୪ଟା ସମୟରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ମହାଯୋଗ ଓ ପରିକ୍ରମା ଅନୁଷ୍ଠିତ ହୋଇଛି । ପରେ ମହୋଦଧିଙ୍କୁ ଜଳ ଆଞ୍ଜୁଳୀ ସମର୍ପଣ ଏବଂ ପୁଷ୍ପାଞ୍ଜଳି ଅର୍ପଣ କରି ସଂଧ୍ୟାରେ ସମବେତ ମହୋଦଧି ଆଳତି ଦିଗବାରେଣିସ୍ଥ ପତିତପାବନ ଘାଟରେ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ଧର୍ମାଚାର୍ଯ୍ୟ ଗୈାରବ କୁମାର କର, ମହୋଦଧିଙ୍କୁ ସାମୁହିକ “ଜଳ ଆଞ୍ଜୁଳୀ ସମର୍ପଣ” କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୨୦୦୦ ମସିହାଠାରୁ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥ କୁମ୍ଭମେଳା ପଚିଶ ବର୍ଷ ଅତିକ୍ରମ କରିସାରିଛି ।
