ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ : ଜେଲ ଗଲେ ୪ ଦଲାଲ୍….

 ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ମାଷ୍ଟରମାଇଣ୍ଡ୍ ତଥା ପଞ୍ଚସପ୍ଟ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍‌ର ମାଲିକ ସୁରେଶ ନାୟକଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି । ଏମାନଙ୍କୁ ଜେରା ସମୟରେ ବହୁ ବଡ଼ ମୁଣ୍ଡର ଲିଙ୍କ୍ ପଦାକୁ ଆସିବ ବୋଲି ସିବିଆଇ ଆଶା ରଖିଛି । ରିମାଣ୍ଡ୍ ପାଇଁ ଆସନ୍ତା ସପ୍ତାହରେ ଆବେଦନ କରାଯିବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ସେପଟେ ସିବିଆଇ ୪ ଜଣ ଦଲାଲ୍ ତଫିନ ଅହମ୍ମଦ ଖାନ୍, ବିଶ୍ୱଜିତ୍ ହରିଚନ୍ଦନ, ବିଶ୍ୱରଞ୍ଜନ ବେହେରା ଓ ଲୋକନାଥ ସାହୁଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରିଛି ।

Leave a Reply

Your email address will not be published. Required fields are marked *