ରଙ୍ଗରେ ଶକ୍ତି ପ୍ରଦର୍ଶନ

ରଙ୍ଗ ଆଖିକୁ ଯାହା ଦେଖାଯାଏନି ତାହା ଅ‌ପେକ୍ଷା ଏହା, ଭାବନା, ଭାଷା ଏବଂ ଶକ୍ତିକୁ ପ୍ରଦର୍ଶନ କରେ । ସମୁଦ୍ରର ନୀଳଠାରୁ ଆରମ୍ଭ କରି ପକ୍ଷୀ ଡେଣାର ସୁବର୍ଣ୍ଣ ଚମକ ପଯ୍ୟନ୍ତ ରଙ୍ଗ ଗୁଡ଼ିକୁ ଆମେ କିପରି ଅନୁଭବ କରୁ । ସମଗ୍ର ବିଶ୍ୱରେ ଭିନ୍ନ ଭିନ୍ନ ପ୍ରକାରର ପ୍ରାଣୀ ଅଛନ୍ତି ସେଥିମଧ୍ୟରୁ ବେଙ୍ଗଲ ଟାଇଗର ଅନ୍ୟତମ । ଆମ ଭାରତରେ ଅନେକ ପ୍ରକାରର ବାଘ ଦେଖିବାକୁ ମିଳନ୍ତି କିନ୍ତୁ ‘ବେଙ୍ଗଲ ଟାଇଗର’ ଭାରତ, ବାଂଲାଦେଶ, ଭୁଟାନ ଏବଂ ‌ନେପାଳଠାରେ ଦେଖିବାକୁ ମିଳେ। ଏହାର ରଙ୍ଗ ଉତ୍ତେଜିତ କମଳା ରଙ୍ଗରେ ଖଣ୍ଡ ଖଣ୍ଡ କଳା ରଙ୍ଗର ଗାର ପରି ଦେଖାଯାଏ । ଏହି ବାଘମାନେ ପ୍ରାୟତଃ ମଙ୍ଗୋଭାସ ସୁନ୍ଦର ବନରେ ଅଧିକମାତ୍ରାରେ ବାସ କରନ୍ତି ଏବଂ ଘନଜଙ୍ଗଲ ମଧ୍ୟରେ ରହିବାକୁ ଭଲପାନ୍ତି । କିନ୍ତୁ ଏହି ବାଘ ୭୦ ପ୍ରତିଶତରୁ ଅଧିକ ଭାରତରେ ବାସ କରନ୍ତି। ସେହିପରି ଅନେକ ପ୍ରକାରର ବାଘ ଯେପରି ସାଇବେରିଆନ୍ ବାଘ ଚିତା ବାଘ, କଳା ରଙ୍ଗର ବାଘ ସେହିପରି ଅନେକ ପ୍ରକାରର ବାଘ ଅଛନ୍ତି । ଚିତା ବାଘ ମୁଖ୍ୟତଃ ଦକ୍ଷୀଣ ପଶ୍ଚିମରେ ଦେଖିବାକୁ ମିଳେ ଏବଂ ଏହି ବାଘର ବିଶେଷତ ଗଛ ଉପରକୁ ଚଢି ମଧ୍ୟ ଶିକାର କରିପାରେ । ସେହିପରି ୬୦ ପ୍ରତିଶତ କଳା ବାଘ ମଧ୍ୟ ଶିମିଳିପାଳରେ ଦେଖିବାକୁ ମିଳେ। ଏବଂ ସାଇବେରିଆନ୍ ବାଘ ମୁଖ୍ୟତଃ ଥଣ୍ଡା ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖବାକୁ ମିଳନ୍ତି ଏବଂ ଏହାର ରଙ୍ଗ ଧଳା ହୋଇଥାଏ । ଏଣ୍ଡୁଅ:- କଥାରେ ଅଛି ଏଣ୍ଡୁଅ ‘ରଙ୍ଗ ବଦଳାଏ’ ସାଧାରଣତଃ ଆମ ଦେଶରେ ଅନେକ ରଙ୍ଗର ଏଣ୍ଡୁଅ ଦେଖିବାକୁ ମିଳେ। ଓଡ଼ିଶାରେ ପ୍ରାୟତଃ ତିନି ପ୍ରକାରର ଦେଖିବାକୁ ପାଉ ଯଥା ନେଳୀ, ମାଟିଆ, ଫିକା କମଳା ରଙ୍ଗ ବହୁତ ରଙ୍ଗର ଏଣ୍ଡୁଅ ଅଛନ୍ତି ଯେପରି ଇନ୍ଦ୍ରଧନୁର ସାତଟି ରଙ୍ଗ ଠିକ୍ ସେହିପରି । କେତେ ବେଳେ ଆକାଶର ନୀଳ ରଙ୍ଗ ପରି ନେଳୀଆ ତ କେତେ‌ବେଳେ ମାଟି ରଙ୍ଗ ପରି ଧୂସର ଆଉକେତେ ବେଳେ ବୃକ୍ଷଲତାର ସବୁଜ ରଙ୍ଗ ପରି ସବୁଜ । ପ୍ରକୃତିରୁ ଆମେ ଯେଉଁରଙ୍ଗ ସବୁ ଦେଖୁଛେ ତାହା ଆମ ଜୀବଜଗତଠାରୁ ମଧ୍ୟ ପାଉଛେ । ସେହିପରି ଅନେକ ପ୍ରକାରର ଏଣ୍ଡୁଅ ଅଛନ୍ତି । ଯେପ‌ରି ଗୃହପାଳିତ ପଶୁ ଗାଈ, କୁକୁର, ଛେଳି ଇତ୍ୟାଦିଙ୍କୁ ପାଳୁଛେ । ଠିକ୍ ସେହିଭଳି ଅନେକ ଲୋକ ମଧ୍ୟ ଏଣ୍ଡୁଅ ପାଳିବା ଆରମ୍ଭ ମଧ୍ୟ କଲେଣି । ଏହିଭଳି ଲୋକମାନେ ମଧ୍ୟ ଏବେ ଏବେ ଏଣ୍ଡୁଅ ରଖିବାକୁ ପସନ୍ଦ କଲେଣି । ଦକ୍ଷିଣ ଭାରତ ଏବଂ ଶ୍ରୀଲଙ୍କାଠାରେ ଏହି ଏଣ୍ଡୁଅ ମିଳିଥାଏ ଭାରତରେ chamaleleon- zeylanicus ନାମକ ଏଣ୍ଡୁଅକୁ ଗୃହପାଳିତ ପଶୁ ଭାବେ ପାଳନ କରୁଛନ୍ତି । ଏବଂ ଅନ୍ୟ ବିଖ୍ୟାତ ଏଣ୍ଡୁଅ ପ୍ରଜାତି ମଧ୍ୟରୁ ପାନ୍ଥର୍, ଜ୍ୟାକସନ୍ ଏବଂ ମେଲର୍ ଏଣ୍ଡୁଅ ଅନ୍ତର୍ଭୁକ୍ତ। ମୟୂର:- ମୟୂର ଆମ ଜାତୀୟ ପକ୍ଷୀ । ସାଧାରଣତଃ ଆମେ ଦୁଇରୁ ତିନି ପ୍ରକାରର ମୟୂ‌ର ଦେଖିବାକୁ ପାଉ। ଓଡ଼ିଶାରେ ମୁଖ୍ୟତଃ ନୀଳକଣ୍ଠୀ ମୟୂର ଦେଖବାକୁ ମିଳନ୍ତି । ଏବଂ ସବୁଜ କଣ୍ଠୀର ମୟୂର ପ୍ରାୟତଃ ଦକ୍ଷିଣ ପୂର୍ବ ଏସିଆରେ ଦେଖିବାକୁ ମିଳେ । ଏବଂ କଟକର ନରାଜଠାରେ pecock valleyକୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସନ୍ତି । କିନ୍ତୁ ଧଳା ମୟୂର ଭିନ୍ନ ପ୍ରଜାତିର ନୁହଁ ସେମାନଙ୍କ ବଂଶାନୁଗତ ପରିବର୍ତ୍ତନ ହେତୁ ସେମାନେ ଧଳା ରଙ୍ଗ ହୋଇପାରିଛନ୍ତି।

Leave a Reply

Your email address will not be published. Required fields are marked *