ଭାରତୀୟ ତଟ ରକ୍ଷାବାହିନୀରେ ଅନୁଷ୍ଠାନିକ ଭାବେ ସାମିଲ ଜାହାଜ ଅଦ୍ୟମ

ବଢିଲା ଜଳ ସୀମା ସୁରକ୍ଷା। ଭାରତୀୟ ତଟରକ୍ଷୀ ବାହିନୀରେ ଆଜିଠାରୁ ଆନୁଷ୍ଠାନିକ ଭାବେ ସାମିଲ ହେଲା ଆଇ ସି ଜି ଏସ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଆଜି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯିବା ସହ ଭାରତୀୟ ତଟ ରକ୍ଷକ ବାହିନୀରେ ସାମିଲ କରାଯାଇଛି । ଉନ୍ମତ ମାନର ବନ୍ଧୁକ ସହ ଲଞ୍ଚର ମାଡ ସାଙ୍ଗକୁ ଯେକୌଣସି ପରିସ୍ଥିତିରେ ଶତୃ ସହ ସାମ୍ନା କରିବାକୁ ସକ୍ଷମ ଅଦ୍ୟମ । ଦୁଇ କିଲୋମିଟର ଦୂରରୁ ଶତ୍ରୁକୁ ଟାର୍ଗେଟ କରିବା ସହ 575 କିଲୋମିଟର ଉପକୂଳରେ ପଇଁତରା ମାରିବ ଅଦ୍ୟମ । ଏହି ଜାହାଜ ଗୋଆରେ ନିର୍ମାଣ କରାଯାଇଥିବା ବେଳେ ଏଥିରେ 34 ଜଣ ତଟରକ୍ଷୀ ବାହିନୀର ସୈନିକଙ୍କ ସହ 5 ଜଣ କମାଣ୍ଡର ଅଧିକାରୀ ନିୟୋଜିତ ହୋଇଛନ୍ତି । 60 ଶତକଡା ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଏହି ଜାହାଜ ଆଜିଠାରୁ ଭାରତୀୟ ତଟରକ୍ଷୀ ବାହିନୀର ସଦସ୍ୟ ଭାବେ ଯୋଗଦାନ କରିଛି ।

Leave a Reply

Your email address will not be published. Required fields are marked *