ଅସରାଏ ବର୍ଷାରେ ଉବୁଟୁବୁ ବାଲେଶ୍ୱର

ବାଲେଶ୍ୱର : ଅସରାଏ ବର୍ଷା ହେଲେ ବାଲେଶ୍ଵର ସହରର ଅବସ୍ଥା ଅତି ଶୋଚନୀୟ ହୋଇପଡୁଛି । ଏଭଳି ପରିସ୍ଥିତି ବାରମ୍ଵାର ହେଉଥିବାରୁ ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଦୁଇଦିନ ହେଲା ଲଗାଣ ବର୍ଷା ଯୋଗୁ ନୂଆସାହି ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି । ରାସ୍ତାଟି ଖାଲ ଢିପରେ ଭର୍ତ୍ତି ହୋଇଥବାରୁ ଅନେକ ସମୟରେ ଏହି ରାସ୍ତାରେ ମଧ୍ୟ ଦୁର୍ଘଟଣା ଘଟୁଛି । ବାରମ୍ବାର ରାସ୍ତା ମରାମତି ପାଇଁ ଦାବି ହେଉଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉନାହିଁ । ଜଳ ନିଷ୍କାସନ ହେଉନଥିବାରୁ ଏଭଳି ପରିସ୍ଥିତି ବାରମ୍ଵାର ସୃ୍ଷ୍ଟି ହେଉଛି । ଫଳରେ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେବା ସହ ଏଭଳି ବିପଦ ପୂର୍ଣ୍ଣ ଭାବରେ ଯାତାୟତ କରୁଛନ୍ତି ।

Leave a Reply

Your email address will not be published. Required fields are marked *