ରାଜଧାନୀରେ ଲଜ୍ୟା, ନାବାଳିକାକୁ ଛାଡ଼ିଲାନି ଜଲ୍ଲାଦ

ଭୁବନେଶ୍ୱର: ରାଜଧାନୀରେ ଏକୁଟିଆ ନାବାଳିକାକୁ ଦେଖି ନିଜକୁ କଣ୍ଟ୍ରୋଲ କରିପାରିଲାନି କାମୁକ ପୁରୁଷ। ନାବାଳିକା ଇଜ୍ଜତ ଲୁଟିଲା ଆଉ ଶେଷରେ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଛାଡି ଫେରାର ହୋଇଗଲା। ଏବେ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ। ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ନାବାଳିକା । ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିଛି କ୍ୟାପିଟାଲ ପୋଲିସ । ଯାହା ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳେଇ ଦେଇଛି। ଏଭଳି ଲଜ୍ୟା ଜନକ ଖବର ଭୁବନେଶ୍ୱର ଅଶୋକ ନଗରରୁ ସାମ୍ନାକୁ ଆସିଛି। ତେବେ ରାଜଧାନୀ ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କୁ ଅଚେତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ନାବାଳିକାଙ୍କ ଚିକିତ୍ସା କରୁଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ମିଳିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି। ପୀଡ଼ିତା ତାଙ୍କ ବିଷୟରେ କିଛି କହି ପାରୁନଥିବା କିମ୍ବା କୌଣସି ତଥ୍ୟ ଦେଇ ପାରୁନଥିବା କହିଛନ୍ତି ପୋଲିସ କମିଶନର। ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ଥାନା ଅଧିନ ଅଶୋକନଗର ଅଞ୍ଚଳରୁ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ନାବାଳିକ। ତାଙ୍କ ଦେହରେ ଏକାଧିକ ସ୍ଥାନରେ କ୍ଷତଚିହ୍ନ ରହିଛି। ତାଙ୍କ ଘର ବିହାରରେ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *