ଦାଦନ ରୋକିବାକୁ ବସିଲା ବୈଠକ

ଭୁବନେଶ୍ୱର : ଦାଦନ ରୋକିବା ପାଇଁ ରାଜ୍ୟ ସରକାର କଲେ ବଡ଼ ପ୍ରସ୍ତୁତି । ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ । କାହିଁକି ସେମାନେ ସେହି ରାଜ୍ୟକୁ ଦାଦନ ପାଇଁ ଯାଉଛନ୍ତି ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କାରଣ ଖୋଜିବେ ସରକାର । ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ଦାଦନ କମିଛି କିନ୍ତୁ ସମ୍ପୂର୍ଣ୍ଣ ରୋକିବା ଦିଗ ଉପରେ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ସୂଚନା ଯୋଗ୍ୟ, ପ୍ରତି ବର୍ଷ ଶହ ଶହ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଅତ୍ୟାଚାରର ଶିକାର ହୋଇ ଫେରୁଛନ୍ତି । ଦାଦନ ରୋକିବା ପାଇଁ ସରକାର ଏବେ ଯୋଜନା ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ନେଉଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *