ଟିଭିର ପପୁଲାର ଅଭିନେତ୍ରୀ ଏବଂ ବିଗ୍ ବସ୍ 4 ପ୍ରତିଯୋଗୀ ସାରା ଖାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।ଏହା ସାରା ଖାନଙ୍କର ଦ୍ୱିତୀୟ ବିବାହ, କାରଣ ସେ ପୂର୍ବରୁ ବିଗ୍ ବସ୍ ଘର ଭିତରେ ଅଲି ମର୍ଚ୍ଚାଣ୍ଟଙ୍କୁ ବିବାହ କରିଥିଲେ, ଏହି ବିବାହ ମାତ୍ର ଦୁଇ ମାସ ଚାଲିଥିଲା । ସେ ଅକ୍ଟୋବର ୬ ତାରିଖରେ ଅଭିନେତା କ୍ରିଷ ପାଠକଙ୍କ ସହ କୋର୍ଟ ମ୍ୟାରେଜ୍ କରିଥିଲେ । ସାରା ଖାନ ସୋସିଆଲ ମିଡିଆରେ ଫଟୋ ସେୟାର କରି ଏହି ଖୁସି ଖବର ଜଣାଇଛନ୍ତି । ଫଟୋ ସେୟାର କରି ସାରା ଲେଖିଛନ୍ତି ଯେ, ଡିସେମ୍ବରରେ ଧୂମଧାମରେ ବିବାହ ହେବାକୁ ଯାଉଛି । ସାରା ତାଙ୍କ ବିବାହ ବିଷୟରେ ସ୍ପଷ୍ଟ ଭାବରେ କହିଛନ୍ତି । ଏଥିସହ ସାରା ଖାନଙ୍କ ସ୍ୱାମୀ କ୍ରିଶ ପାଠକ ଅନେକ ଟିଭି ଶୋ’ କରିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ, ‘ଯେବେଠାରୁ ମୁଁ କ୍ରିଶଙ୍କ ସହିତ ରହିବା ଆରମ୍ଭ କଲି, ମୁଁ ତାଙ୍କ ସ୍ତ୍ରୀ ପରି ଅନୁଭବ କରିଛି । କିନ୍ତୁ କୋର୍ଟ ମ୍ୟାରେଜର ଅଭିଜ୍ଞତା କିଛି ଅଲଗା ଥିଲା ବୋଲି କହିଛନ୍ତି ସାରା ଖାନ ।
ବିବାହ ବନ୍ଧନରେ ବାନ୍ଧି ହେଲେ ସାରା ଖାନ୍
