ଜଗନ୍ନାଥଙ୍କ ନାମକୁ ନେଇ ବିକ୍ରି

ଭୁବନେଶ୍ୱର: ପୁଣି ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ନେଇ ବ୍ୟବସାୟ । ଅନ୍‌ଲାଇନରେ ମହାପ୍ରସାଦ ବିକ୍ରି ନେଇ ବିବାଦ ଥମି ନଥିବା ବେଳେ ପୁଣି ଜଗନ୍ନାଥଙ୍କ ନାମରେ ପିଜା ବିକ୍ରି କରୁଛି ଇସ୍କନ ।ଏହାକୁ ପ୍ରମୋଟ କରୁଛନ୍ତି ୟୁଟ୍ୟୁବର ଅତୁଳ କ୍ରିଷ୍ଣା । ଯେଉଁଥିରେ ସେ ଏକ ପିଜ୍ଜା ଖଣ୍ଡକୁ ଜଗନ୍ନାଥଙ୍କ ମହାପ୍ରସାଦ ସହ ସମାନ କରିଛନ୍ତି । ସେ ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ଏହାକୁ ଶେୟାର କରିଛନ୍ତି । ଏହାର ପ୍ରମୋସନରେ ୟୁଟ୍ୟୁବର ଅତୁଳ କ୍ରିଷ୍ଣା ମହାପ୍ରସାଦ ବୋଲି ମଧ୍ୟ କହୁଛନ୍ତି । ତେବେ ଇସ୍କନ ଜଗନ୍ନାଥଙ୍କ ନାମ, ଜଗନ୍ନାଥ ସଂସ୍କୃତିରେ ପରିପୂର୍ଣ୍ଣ ହେଲେ କଣ ପାଇଁ ଏମିତି ହେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ? ଇସ୍କନ ଅବଲମ୍ବୀ ୟୁଟ୍ୟୁବର ଅତୁଳ କ୍ରିଷ୍ଣା ଚଳିତ ବର୍ଷ ରଥଯାତ୍ରା ବେଳେ ରଥର ଭିଡିଓ କରୁଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *