ଓଡିଶା ଗସ୍ତରେ RSS ମୁଖ୍ୟ

ଓଡିଶା ଗସ୍ତରେ RSS ମୁଖ୍ୟ ମୋହନ ଭାଗବତ । ସେ ଆଜି ସକାଳେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦଶର୍ନ କରିଛନ୍ତି। ସିଂହଦ୍ଵାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଶ୍ରୀଜିଉଙ୍କୁ ଦଶର୍ନ କରିବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଆନନ୍ଦ ବଜାର ଓ ସ୍ନାନବେଦୀ ଦର୍ଶନ କରିଥିଲେ ମୋହନ ଭାଗବତ। ବାଂଲାଦେଶରେ ଚାଲିଥିବା ସାଂପ୍ରତିକ ପରିସ୍ଥିତିରେ ସେଠାରେ ଥିବା ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିବା ସହିତ ରାଷ୍ଟ୍ରର ମଙ୍ଗଳ ତଥା ହିନ୍ଦୁ ମାନଙ୍କ ମଙ୍ଗଳ କାମନା କରି ସେ ମହପ୍ରଭୁଙ୍କ ନିକଟରେ ଦୀପଦାନ କରିଛନ୍ତି ବୋଲି ସେବାୟତ ମାନେ ପ୍ରତିକ୍ରିୟା ରଖିଛନ୍ତି। ଆଜିଠାରୁ ୫ ଦିନିଆ ଓଡିଶା ଗସ୍ତରେ ଆସିବା ସହ ଆଜି ନୀଳାଦ୍ରି ଭକ୍ତ ନିବାସରେ ରାତ୍ରି ଯାପନ କରିବା ସହ ଅପରାହ୍ନ ୫ ଟାରେ ପୁରୀ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ । ଆସନ୍ତା ଆଗଷ୍ଟ ୧୦ ଓ ୧୧ ତାରିଖରେ ପୁରୀରେ ସଂଘର ପ୍ରାନ୍ତ ସେବା ପ୍ରମୁଖ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମଧ୍ୟ ଶ୍ରୀଯୁକ୍ତ ମୋହନ ଭାଗବତ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *