ରୋହିଣୀ କହିଲେ, ବାପାଙ୍କୁ କିଡନୀ ଦେଇ ଭୁଲ କଲି

ବିହାର: ବିହାର ଆରଜେଡି ଦଳ ସୁପ୍ରିମୋ ଲାଲୁ ଯାଦକଙ୍କ ଘର ପାଲଟିଛି ରାଜନୀତିର ନୂଆ ଖୁରାକ । ବିହାର ନିର୍ବାଚନର ଫଳାଫଳ ପରେ ଲାଲୁଙ୍କ ପରିବାର ଉପରେ ଉଠୁଛି ପ୍ରଶ୍ନ । ସତେ ଯେମିତି ଲାଗିଯାଇଛି ପରିବାରକୁ କାହାର କଳା ନଜର । ଝିଅ ରୋହିଣୀ ନିଜ ବାପା ଲାଲୁଙ୍କ ଠାରୁ କାଟିଛନ୍ତି ସବୁ ସଂମ୍ପର୍କ । ବିହାରରେ ଶୋଚନୟ ପରାଜୟ ପରେ ୧୫ ନଭେମ୍ବର ଦିନ ରୋହିଣୀ ଏକ ପୋଷ୍ଟ ନିଜ ସୋସିଆଲ ମିଡିଆରେ କରିଥିଲେ । ଯାହାକୁ ନେଇ ରାଜନୈତିକ ଦୁନିଆରେ ହଇଚଇ ସୃଷ୍ଟି ହୋଇଥିଲା । କାଲି ତାଙ୍କ ଏହି ପୋଷ୍ଟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ରାଜନୀତି ଜଗତରେ ନୂଆ ମୋଡ ଆସିଛି । ରାଜନୀତି ଭିତରେ ରକ୍ତ ସଂମ୍ପର୍କ ବି ବଳିପଡେ ତାହା ଦେଖିବାକୁ ମିଳିଛି । କିନ୍ତୁ ଏତିକିରେ ଥମିନି ଏ ଝଡ଼ । ଲଗାତାର ୨ଟି ପୋଷ୍ଟ ଦ୍ୱାରା ନିଜ ମନର ସବୁ ବ୍ୟଥାକୁ କହି ଦେଇଛନ୍ତି ରୋହିଣୀ । ରାଜନୀତି ଭିତରେ ବି କେତେ କୋହ ଥାଏ ତାହା ତାଙ୍କ ପୋଷ୍ଟ କହୁଛି । ସେ ଅନାଥ ହୋଇଯାଇଛନ୍ତି । ତାଙ୍କ ଠାରୁ ତାଙ୍କ ପରିବାରକୁ ଦୁରେଇ ଦିଆଗଲା । ନିଜ ବାପା ମାଆ ଭଉଣୀକୁ ତାଙ୍କୁ ଛାଡିବାକୁ ବାଧ୍ୟ କରାଗଲା । ନିଜ ଛାତିର କୋହକୁ ଲୁଚାଇ କାନ୍ଦୁଥିବା ବାପା ମାଆଙ୍କୁ ଛାଡି ଆସିବାକୁ ପଡିଲା । ଜଣେ ଝିଅ, ଜଣେ ଭଉଣୀ, ଜଣେ ବିବାହିତ ମହିଳା, ଜଣେ ମାଆକୁ ଅପମାନ କରାଗଲା । ଅଶ୍ଳୀଳ ଗାଳି ଦିଆଗଲା, ମାରିବାକୁ ଚପଲ ଉଠାଗଲା । ନିଜ ଆତ୍ମସମର୍ପଣ ସହ ସାଲିସ ନକରି, ସତ୍ୟକୁ ସମର୍ପଣ ନକରି ଆଜି ଏ ଅପମାନ ସେ ଭୋଗୁଛନ୍ତି । ଏ ତ ଥିଲା ପ୍ରଥମ କଥା । ଶେଷ ପୋଷ୍ଟରେ ସେ ନିଜର ସବୁ ଦୁଃଖ ବଖାଣିଛନ୍ତି । କାଲି ପୋଷ୍ଟ ପରେ ତାଙ୍କ ବାପାଙ୍କୁ ଦେଇଥିବା କିଡନୀ ଉପରେ ଲୋକ ପ୍ରଶ୍ନ ଉଠାଇଛନ୍ତି । ତାଙ୍କୁ ଅସମ୍ମାନ କରିଛନ୍ତି । ସେ ଖରାପ । ତାଙ୍କ ଖରାପ କିଡନୀ ନିଜ ବାପାଙ୍କୁ ଦେବାର ନଥିଲା । କୋଟି କୋଟି ଟଙ୍କା ପାଇଁ ଆଉ ଟିକେଟ ପାଇବା ପାଇଁ ବାପାଙ୍କୁ ନିଜ ଖରାପ କିଡନୀ ଦେଇଥିବା ବି ଲୋକ କହିଛନ୍ତି । ଯେବେ ତୁମ ଘରେ ଗୋଟେ ଭାଇ ଥିବ ନିଜ ଭଗବାନ ସମାନ ବାପାଙ୍କୁ ବଂଚେଇବା ତୁମର ଦରକାର ନାହିଁ । ନିଜ ସ୍ୱାମୀ ନିଜ ଛୁଆଙ୍କ କଥା ନ ଭାବି ଏତେ ବଡ କାମ କରିବା ଭୁଲ । ଯାହାକୁ ଆଜି ସବୁ ଖରାପ କହୁଛନ୍ତି । ନିଜର ଦୁଇଟି ପୋଷ୍ଟ ଶେଷରେ ସେ ନିଜ ପରି ଝିଅ କାହା ଘରେ ଜନ୍ମ ନହେଉ କହୁଛନ୍ତି । ଏହି ପୋଷ୍ଟ ତାଙ୍କ ମନରେ କେତେ କଷ୍ଟ ରହିଛି ତାହା ସଫା ସଫା ବଖାଣୁଛି । କିନ୍ତୁ ସେହି ପ୍ରଶ୍ନ ଏବେବି ପ୍ରଶ୍ନ ହୋଇ ଅଛି ଯେ ଏ ସବୁ କରିବା ପଛର କାରଣ କଣ? କାହିଁକି ତାଙ୍କ ଦ୍ୱାରା ଏ ସବୁ କରାଗଲା । ହୁଏତ ତାଙ୍କ ଆଗାମୀ ପୋଷ୍ଟରେ ଏହାର ଗୁମର ଖୋଲିପାରେ ।

Leave a Reply

Your email address will not be published. Required fields are marked *