ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଢୁଆଁ ଗ୍ରାମରେ ଡକାୟତ ଘରେ ପଶି ଡକାୟତି କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ଘରେ ପଶି ଦୁଇ ମହିଳାଙ୍କ ହାତ ଗୋଡ ବାନ୍ଧି ସୁନା ଗହଣା ସହ ଟଙ୍କା ଲୁଟି ନେଇଛନ୍ତି। ଡକାୟତଙ୍କ ମାଡ଼ରେ ଦୁଇ ମହିଳା ମଧ୍ୟ ଆହତ ହୋଇଛନ୍ତି। ଆହତ ମହିଳାମାନେ ହେଲେ ସତ୍ୟଭାମା ମିଶ୍ର ଓ ବୈଦେଇ ସାହୁ।
ମଙ୍ଗଳବାର ସନ୍ଧ୍ୟା ସମୟରେ ୩ ଜଣ ଡକାୟତ ପୂର୍ଣ୍ଣ ଚନ୍ଦ୍ରଙ୍କ ଘରର ମୁଖ୍ୟ ଦ୍ୱାର ଦେଇ ପଶିଥିଲେ । ଘରେ ପଶି ପ୍ରଥମେ ଦୁଇ ମହିଳାଙ୍କୁ ବାନ୍ଧି ଦେଇ ଗୋଟିଏ ସ୍ଥାନରେ ବସାଇ ଥିଲେ। ପରେ ଘରର ବିଭିନ୍ନ ସ୍ଥାନରେ ବୁଲି ଘରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୩୬ ହଜାର ଟଙ୍କା ନେଇଯାଇଥିଲେ। ଡକାୟତମାନେ ଘରୁ ବାହାରିବା ସମୟରେ ଏକ ସ୍ଥାନରେ ନିଜର ବ୍ୟାଗ ପକାଇ ଚାଲି ଯାଇଥିଲେ ପଡୋଶୀ ଲୋକ ଦେଖି ପାଟି କରିଥିଲେ।। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚାଇ ବ୍ୟାଗକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି । ପୋଲିସ ଉକ୍ତ ବ୍ୟାଗରୁ ଦୁଇଟି ଭୁଜାଲି, ଛୁରୀ ସହିତ ଚୋରାଇ ନେଇଥିବା ସୁନା ଗହଣା ଜବତ କରିଛି।
