କିସ୍‌ମିସ୍ ଭିଜା ପାଣି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ

ସୁସ୍ଥ ଜୀବନଶୈଳୀ ପାଇଁ ଡ୍ରାଇ ଫ୍ରୁଟ୍ସ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଫେମସ୍‌ ଡାକ୍ତର ତଥା ଯୋଗଗୁରୁ ହଂସାଜୀ ଏହାର ସେବନ କରିବାର ଉପାୟ କହିଛନ୍ତି, ଯାହା ଶରୀରକୁ ଅନେକ ଲାଭ ଦେବ । ସେ କହିଛନ୍ତି, କିସ୍‌ମିସ୍‌ରେ କାର୍ବୋହାଇଡ୍ରେଟ୍, ଫାଇବର, ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ ।ଡାକ୍ତର ହଂସାଜୀ କହିଛନ୍ତି ଯେ, ସକାଳେ ଭିଜା କିସ୍‌ମିସ୍ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ସେବନ ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇବା ସହିତ ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ । ଏହା ବ୍ୟତୀତ ଯେଉଁମାନେ କୋଷ୍ଠକାଠିନ୍ୟ, ଥକ୍କାପଣ, ଡେଡ୍‌ ସ୍କିନ୍ ଏବଂ ଏସିଡିଟି ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ନିଶ୍ଚିତ ଭାବରେ କିସ୍‌ମିସ୍ ପାଣି ପିଇବା ଉଚିତ୍ ।

  • ପ୍ରତିଦିନ କିସ୍‌ମିସ୍ ପାଣି ପିଇବା ଦ୍ୱାରା ହଜମ ଶକ୍ତିରେ ଉନ୍ନତି ଆସିଥାଏ । ଭିଜା କିସ୍‌ମିସ୍‌ରେ ଭଲ ମାତ୍ରାରେ ଫାଇବର ମିଳିଥାଏ ଯାହା ପେଟକୁ ସଫା କରିବାରେ ସାହାଯ୍ୟ କରେ ।
  • କିସ୍‌ମିସ୍ ପାଣି ରକ୍ତକୁ ସଫା କରିବା ସହିତ ଅନ୍ତନଳୀ କ୍ଷେତ୍ରରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ବିଶେଷ କରି ଯେଉଁମାନଙ୍କ ଚର୍ମ ଅତ୍ୟନ୍ତ ଶୁଖିଲା ଦିଶେ, ସେମାନେ କିସ୍‌ମିସ୍ ପାଣି ସେବନ କରିବା ଦ୍ୱାରା ଲାଭ ମିଳେ ।
  • ଯେଉଁ ମହିଳାମାନେ ରକ୍ତହୀନତା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ନିଶ୍ଚିତ ଭାବରେ କିସ୍‌ମିସ୍ ପାଣି ପିଇବା ଉଚିତ୍ । ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍ ଥାଏ ।
  • କିସ୍‌ମିସ୍ ପାଣି ଏକ ହାଲୁକା ଏବଂ ପ୍ରାକୃତିକ ଲିଭର୍ ଟନିକ୍ ଭାବରେ କାମ କରିବା ସହିତ ବାଇଲ୍ ଉତ୍ପାଦନ ବଢାଇଥାଏ । ଯାହା ଫଳରେ ଲିଭର୍ ସଠିକ୍ ଭାବରେ କାମ କରେ ଏବଂ ଶରୀରରେ ଶକ୍ତିର ସ୍ତର ବଢିଥାଏ ଏବଂ ଚର୍ମ ମଧ୍ୟ ସଫା ରୁହେ ।

Leave a Reply

Your email address will not be published. Required fields are marked *