ନୂଆଦିଲ୍ଲୀ : ରାହୁଲ ଦ୍ରାବିଡଙ୍କ ପୁଅଙ୍କୁ ମିଳିଲା ବଡ ସଫଳତା । ଭାରତୀୟ ଟିମର ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ମୁଖ୍ୟକୋଚ ରାହୁଲଙ୍କ ପୁଅ ସମିତଙ୍କୁ ପ୍ରଥମଥର ପାଇଁ ଅଣ୍ଡର ୧୯ ଭାରତୀୟ ଟିମରେ ଖେଳିବାକୁ ସୁଯୋଗ ପାଇଛନ୍ତି। ଆଗକୁ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଏବଂ ୪ ଦିନିଆ ଟେଷ୍ଟ ମ୍ୟାଚ୍ରେ ସେ ଖେଳିବେ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଭାରତୀୟ ଅଣ୍ଡର ୧୯ର କ୍ୟାପ୍ଟେନ ଭାବେ ଉତ୍ତର ପ୍ରଦେଶର ମହମ୍ମଦ ଅମାନଙ୍କୁ ଚୟନ କରାଯାଇଛି। ତାଙ୍କ ନେତୃତ୍ୱରେ ଭାରତ ପୁଡୁଚେରୀରେ ଆସନ୍ତା ୨୧, ୨୩ ଓ ୨୬ ତାରିଖରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଦିନିକିଆ ସିରିଜ ପରେ ୨ଟି ୪ ଦିନିଆ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ କ୍ୟାପ୍ଟେନ ଭାବେ ଉତ୍ତର ପ୍ରଦେଶର ମହମ୍ମଦ ଅମାନଙ୍କୁ ଦାୟିତ୍ୱ ମିଳିଛି ।
ତାଙ୍କ ନେତୃତ୍ୱରେ ଭାରତ ପୁଡୁଚେରୀରେ ଆସନ୍ତା ୨୧, ୨୩ ଓ ୨୬ ତାରିଖରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଠିକ ସେହିପରି ୪ ଦିନିଆ ଟେଷ୍ଟରେ ଭାରତୀୟ ଟିମର କ୍ୟାପଟେନ ଭାବରେ ମଧ୍ୟପ୍ରଦେଶର ସୋହମ ପାଥୱର୍ଦ୍ଧନଙ୍କୁ ଚୟନ କରାଯାଇଛି । ଉଭୟ ଟେଷ୍ଟ ଓ ଦିନିକିଆ ଟିମରେ ସମିତ ଦ୍ରାବିଡ ଅଲରାଉଣ୍ଡର ଭାବେ ଖେଳିବାର ସୁଯୋଗ ପାଇଛନ୍ତି। ଅଲରାଉଣ୍ଡର ଭାବେ ଜଣାଶୁଣା ସମିତ ବର୍ତ୍ତମାନ ବେଙ୍ଗାଲୁରୁରେ ଚାଲିଥିବା କେଏସ୍ସିଏ ମହାରାଜା ଟି-୨୦ ଟ୍ରଫିରେ ମହୀଶୂର ୱାରିୟର୍ସ ପାଇଁ ଖେଳୁଛନ୍ତି। ତେବେ ଏହି ଟ୍ରଫିରେ ସମିତ ଏଯାଏ ବୋଲିଂ କି ବ୍ୟାଟିଂ କରିବାର ସୁଯୋଗ ପାଇ ନାହାନ୍ତି। ଏହାପୂର୍ବରୁ କିନ୍ତୁ କୋଚ୍ଚ ବେହାର ଟ୍ରଫିରେ ସମିତ ନିଜର ଝଲକ ଦେଖେଇବା ସହିତ ମାତ୍ର ୮ଟି ମ୍ୟାଚ୍ରେ ୧୮ ବର୍ଷୀୟ ସମିତ ମୋଟ ୩୬୨ ରନ କରିବା ସହ ୧୬ଟି ୱିକେଟ ଦଖଲ କରିଥଲେ। କର୍ଣ୍ଣାଟକାକୁ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ବିଜୟ ଭେଟି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିଲେ ସମିତ।