ପାଖେଇ ଆସିଲାଣି ଗଜାନନଙ୍କ ପୂଜା

ବିଘ୍ନବିନାଶକଙ୍କର ଆଗମନ ସହ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ସର୍ବତ୍ର ପୂଜା ପାଇବେ ପ୍ରଭୁ ଶ୍ରୀ ଗଜାନନ । ପାଖେଇ ଆସିଲାଣି ପ୍ରଥମ ପୂଜ୍ୟ ବିଘ୍ନ ବିନାଶକ ଗଣେଶଙ୍କ ପୂଜା । ଏଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଗଜାନନଙ୍କ ପୂଜା ପାଇଁ ଚାଲିଛି ବିଭିନ୍ନ ପ୍ରସ୍ତୁତି । ନିର୍ମାଣ ଚାଲିଛି ଭିନ୍ନ ଭିନ୍ନ ରୂପ ଓ ଅବତାରର ଗଣେଶ ମୂର୍ତ୍ତି । ସେପଟେ ମୂର୍ତ୍ତି ନିର୍ମାଣ କରିବାରେ ବ୍ୟସ୍ତ ଅଛନ୍ତି ଶିଳ୍ପୀ ଓ କାରିଗର । ଏହି ପୂଜା ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ସମଗ୍ର ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ କାରିଗରମାନେ ଦିନ ରାତି ଲାଗିପଡିଛନ୍ତି ମୂର୍ତ୍ତି ତିଆରି କରିବାରେ । ଗଣେଷଙ୍କୁ ବିଭିନ୍ନ ରୂପ ଓ ବେଶରେ ସୁସଜ୍ଜିତ କରି ଶେଷ ସ୍ପର୍ଶ ଦେବାରେ ମଗ୍ନ ରହିଛନ୍ତି ଶିଳ୍ପୀ । ଚଳିତ ବର୍ଷ ବିଭିନ୍ନ ପୂଜା ମଣ୍ଡପଙ୍କ ଚାହିଦା ମୁତାବକ ମୂର୍ତ୍ତି ନିର୍ମାଣ କରିଛନ୍ତି ଅନେକ ଶିଳ୍ପୀ । ଶିଳ୍ପୀମାନେ ନିଜହାତରେ ମାଟିର ମୂର୍ତ୍ତିରେ ଜୀବନ ଦାନ ଦେଉଛନ୍ତି । ଯାହା ଦେଖିବାକୁ ସାକ୍ଷାତ ଭଗବାନଙ୍କ ସମ୍ମୁଖରେ ଠିଆ ହୋଇଥିବା ପରି ଅନୁଭବ ହୁଏ । କାରିଗର କୁହନ୍ତି ଯେ ଚଳିତ ବର୍ଷ ବଡ଼ ମୂର୍ତ୍ତି ୩ ହଜାର ଟଙ୍କାରୁ ଆରମ୍ଭ ହୋଇ ୫୫ ହଜାର ଟଙ୍କା ଯାଏ ଅର୍ଡର ରହିଛି । ପୂଜା ପାଖେଇ ଆସୁଥିବାରୁ ଜୋରସୋରରେ ଚାଲିଛି ଗଣପତିଙ୍କ ମୂର୍ତ୍ତି ନିର୍ମାଣ । କିଏ ନଡ଼ା ବାନ୍ଧି ମୂର୍ତ୍ତି ଗଢିବା ଆରମ୍ଭ କରୁଛି ତ କିଏ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଇ ମୂର୍ତ୍ତିକୁ ସଂମ୍ପୂର୍ଣ କରୁଛି । ଏହି ପାର୍ବଣ ଋତୁ ଆରମ୍ଭରୁ ମୂର୍ତ୍ତି କାରିଗର ମାନେ ଭିନ୍ନଭିନ୍ନ ମୂର୍ତ୍ତି ନିର୍ମାଣ କରିଥାନ୍ତି । ଚଳିତ ବର୍ଷ ଗଜାନନଙ୍କ ପୂଜାକୁ ନେଇ ସବୁଠି ଉତ୍ସହାର ମାହୋଲ ।

Leave a Reply

Your email address will not be published. Required fields are marked *