ଭୁବନେଶ୍ୱର, ୧୧/୦୯: ଆସିଲା ଏକ ବଡ ଖବର l ପୁଣି ଓଡିଶା ଗସ୍ତରେ ଆସିବେ ମୋଦି l ଆସନ୍ତା ୧୭ ତାରିଖ ଅର୍ଥାତ ମଙ୍ଗଳବାର ଦିନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ ନେଇ ଆସିଲା ବିସ୍ତୃତ ବିବରଣୀ । ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବେ ମୋଦି । ଏହାପରେ, ୧୧ଟା ୫୫ରେ ଜନତା ମଇଦାନରେ ପହଞ୍ଚି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ ଆଉ କିଛି ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ/ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ୧୨ଟାରୁ ସଭା, ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ ମୋଦୀ । ୧ଟା ୫ ମିନିଟରେ ପ୍ରଧାନମନ୍ତ୍ରୀ ଜନତା ମଇଦାନରୁ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ୧ଟା ୨୫ ମିନିଟରେ ସେ ସେଠାରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ପ୍ରଧାନମନ୍ତ୍ରୀ ମୋଦି।
ମଙ୍ଗଳବାର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ; ଆସିଲା ବିସ୍ତୃତ ବିବରଣୀ
