ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଆସନ୍ତା ଡିସେମ୍ବରରେ ପୁଣି ଦୁଲୁକିବ ବାରବାଟୀ । ଡିସେମ୍ବର ୯ରେ ଖେଳାଯିବ ମ୍ୟାଚ । ଷ୍ଟାଡିୟମ ଭିତରେ ଥିବା ଗ୍ୟାଲେରୀ ଓ ପଡିଆର କାମ ଆରମ୍ଭ ହୋଇଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବା ନେଇ ସୂଚନା । ମ୍ୟାଚ ପାଇଁ ପ୍ରସ୍ତୁତି ଚାଲିଛି ବାରବାଟୀ । ଦିଲ୍ଲୀ ବିସ୍ଫୋରଣ ପରେ ବାରବାଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ଅନଲାଇନ୍ ଓ ଅଫ ଲାଇନ୍ ଟିକେଟ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯିବ । ବାରବାଟୀ ଷ୍ଟାଡିୟମରେ ମୋଟ ୨୮ଟି ମ୍ୟାଚ ଖେଳାଯାଇଛି । ସେଥିରୁ ୨୩ ଟି ଦିନିକିଆ ହୋଇଥିବାବେଳେ ଦୁଇଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ ରହିଛି । ବାରବାଟୀରେ ଶେଷଥର ୨୦୨୫ ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ମୁହାଁମୁହିଁ ହେବେ ମେନ୍ ଇନ୍ ବ୍ଳୁ ଏବଂ ମେନ୍ ଇନ୍ ଗ୍ରୀନ୍ । ଛକା ଚଉକାରେ କମ୍ପିବ ଷ୍ଟାଡିୟମ୍ । ଖଚାଖଚ ଦର୍ଶକଙ୍କ ଭିଡରେ ପ୍ରକମ୍ପିତ ହେବ ପରିବେଶ । କାରଣ ପୁଣି ବାରବାଟୀରେ ଇତିହାସ ରଚିବାକୁ ଯାଉଛି ଟିମ୍ ଇଣ୍ଡିଆ । ଡିସେମ୍ବର ୯ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକାର ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ ବାରବାଟୀରେ ହେବାକୁ ଥିବା ବେଳେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ବିଶେଷ କରି ଟିକଟେ ବିକ୍ରୀ ଠାରୁ ଆରମ୍ଭ କରି ମ୍ୟାଚ ପରିଚାଳନା ପର୍ଯ୍ୟନ୍ତ ତ୍ରୁଟିମୁକ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହାସହ ଖେଳାଳୀ ରହିବା ଠାରୁ ଆରମ୍ଭ କରି କଟକ ବାରବାଟୀ ପର୍ଯ୍ୟନ୍ତ କିଭଳି ସୁରକ୍ଷା କଡାକଡି କରାଯିବ ସେ ନେଇ ଆଲୋଚନା ହୋଇଛି । ଏହାସହ ଷ୍ଟାଡିୟମ୍ ରେ କିଭଳି ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ହେବ ସେ ନେଇ ଅଧିକ ଗୁରୁତ୍ୱ ଦିଆଯାଇଛି ।
ଟି-୨୦ ମ୍ୟାଚ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି
