ପାଟଣାଗଡ଼ରେ ସାରର ଅଭାବି ଓ ଚଢା ଦରକୁ ନେଇ ରାଜନୀତି ସରଗରମ

ବିଜେଡି ଦଳ ପକ୍ଷରୁ ୟୁରିଆ ସାରର ଅଭାବି ଓ ଚଢାଦରରେ ବିକ୍ରି ସହ କଳାବଜାରି ହେଉଥିବା ଅଭିଯୋଗ ହୋଇଛି। ଏନେଇ ଜିଲ୍ଲା ବିଜେଡି ସଭାପତି ତଥା ପାଟଣାଗଡ଼ ପୁର୍ବତନ ବିଧାୟକଙ୍କ ନେତୃତ୍ୱରେ ଶହ ଶହ ଚାଷୀଙ୍କୁ ନେଇ ଆନ୍ଦୋଳନକୁ ଉଲ୍ଲାଇଛନ୍ତି। କେତେବେଳେ ବ୍ଳକ ଅଫିସ ତ ଆଉ କେତେବେଳେ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ପ୍ରତିବାଦ କରିଛନ୍ତି ଚାଷୀ। ହେଲେ ଅଭିଯୋଗକୁ ଖଣ୍ଡନ କରିଛନ୍ତି କୃଷିମନ୍ତ୍ରୀ। ପାଟଣାଗଡ ଏନ୍ଏସି ରାମପୁର କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ କାର୍ଯ୍ୟକ୍ରମରେ ସେ ଅଭିଭାଷଣ ଦେଇଛନ୍ତି ଯେ, ଏହି ଅଞ୍ଚଳରେ ୟୁରିଆ ସାରର ଅଭାବ ନାହିଁ। ଏହାକୁ ନେଇ ବିରୋଧି ଦଳ କିଛି ଅଣ ଚାଷିଙ୍କୁ ନେଇ ଆନ୍ଦୋଳନ କରୁଛି। କିନ୍ତୁ ଚାଷୀଙ୍କ କହିବା ଅନୁଯାୟୀ, ୟୁରିଆ ସାରର ଅଭାବି ବିକ୍ରି ଓ ଚଢାଦରରେ ବିକ୍ରି ସହ କଳାବଜାରି ପାଇଁ ସାର ମିଳୁନାହିଁ ।

Leave a Reply

Your email address will not be published. Required fields are marked *