ଭୁବନେଶ୍ୱର : ବଡ ଖବର। ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସସିର ନୂତନ ଅଧ୍ୟକ୍ଷ । ବିଧିବଦ୍ଧ ଭାବରେ ସେ ଆଜି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବେ ୬ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ପୁଲିସ ବିଭାଗର ଅନ୍ୟତମ ଦକ୍ଷ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ। ଏହା ପୂର୍ବରୁ ସେ ପୁଲିସ୍ ମହାନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ଥିଲେ।
