କଟକ : କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣାରେ ଘଟିଛି ଏହି ଅଘଟଣ । ପୋଲିସ ଉପରେ ଚୋରା ବାଲି ଟ୍ରାକ୍ଟର ଚଢ଼େଇବାକୁ ଉଦ୍ୟମ କଲେ ଦୃବୃତ୍ତ । ଅଳ୍ପକେ ବର୍ତ୍ତିଲେ ୩ ଜଣ ପୋଲିସ ।
କୌଣସି ସୂତ୍ରରୁ ଚୋରା ବାଲି ଚାଲାଣ ଖବର ପାଇ ସଦର ଥାନା ପୋଲିସ କାଜିପାଟଣା ଗାଁରେ ପହଞ୍ଚିଥିଲା । ବାଲି ଚାଲାଣ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ପୋଲିସ । କିନ୍ତୁ ଗାଡି ଚାଳକ ଗାଡିକୁ ନ ଅଟକାଇ ପୋଲିସ ଉପରେ ଚଢାଇଦେବାକୁ ଉଦ୍ୟମ କରିଥିଲା । ଗାଡି ସାମ୍ମନାରୁ ହଟିଯାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଜଣ ପୋଲିସ । ହେଲେ କିଛି ପୋଲିସ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହେବା ସହ ପୋଲିସ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଛି । ଏହି ଟ୍ରାକ୍ଟରଟି ମଧ୍ୟ୍ୟ କିଛି ଦିନ ତଳେ ବାଲି ଚୋରି ଘଟଣାରେ ଥାନାରେ ଅଟକ ଥିଲା ।
ପୋଲିସକୁ ହତ୍ୟା ଉଦ୍ୟମ
