ଇତିହାସ ରଚିଲେ ଫୁଲ ସୋରେନ

ଇତିହାସ ରଚିଲେ ଫୁଲ ସୋରେନ। ଦୃଷ୍ଟି ବାଧିତ ହୋଇ ଵି ଜିତିଲେ ଟି-୨୦ ବିଶ୍ବକପ। ଫୁଲ ସୋରେନ ବିଜେତା ହେବା ପରେ ଅନେକ ବୁଦ୍ଧିଜୀବୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପାଖରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଏହି ବିଜୟ ପାଇଁ ମୁଖ୍ୟ ଭୂମିକା ନେଇଥିଲେ ବାଲେଶ୍ବରର ଝିଅ । ଭାରତୀୟ ମହିଳା କ୍ରିକେଟ୍ ଦଳ ଦୁଇଟି ବିଶ୍ବ ମୁକୁଟ ଜିତି ଥିବା ବେଳେ ମହିଳା ଦିନିକିଆ ବିଶ୍ବକପ୍ ପରେ ପ୍ରଥମ ଥର ଲାଗି ଆୟୋଜିତ ଦୃଷ୍ଟିବାଧିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଭାରତ ବିଜେତା ହୋଇଛି। ରବିବାର କଲମ୍ବୋରେ ଖେଳାଯାଇଥିବା ଫାଇନାଲ୍‌ରେ ଅପରାଜେୟ ଭାରତ ୭ ୱିକେଟ୍‌ରେ ନେପାଳକୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିପାରିଛି ।

Leave a Reply

Your email address will not be published. Required fields are marked *