ପୁଣି ହେଲା ଭୟଙ୍କର ଭୂକମ୍ପ। ସକାଳୁ ସକାଳୁ ଭୁକମ୍ପର ତୀବ୍ରତା ୫.୨ରହିଥିଲା । ତେବେ ଗ୍ରୀସରେ ଆଜି ସକାଳୁ ସକାଳୁ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏଭିଆର ନେଆ ଷ୍ଟିରା ନିକଟରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଭୂମିକମ୍ପ ଆଥେନ୍ସର ପ୍ରାୟ ୫୦ କିଲୋମିଟର ଉତ୍ତର-ପୂର୍ବରେ, ନେଆ ଷ୍ଟିରା ଅଞ୍ଚଳ ନିକଟରେ ୧୦ କିଲୋମିଟର ଗଭୀରତାରେ ହୋଇଥିଲା । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନଥିବାବେଳେ ଉଦ୍ଧାରକାରୀ ଦଳ ଭୂକମ୍ପ ଅଞ୍ଚଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ଗ୍ରୀସର ଦ୍ୱିତୀୟ ବୃହତ୍ତମ ଦ୍ୱୀପ ୟୁବୋଇଆର ଦକ୍ଷିଣ-ପଶ୍ଚିମରେ ଥିବା ନିଆ ଷ୍ଟାଇରାର ସମୁଦ୍ର କୂଳ ରିସର୍ଟଠାରୁ ୪ କିଲୋମିଟର ଦୂରରେ ଥିବା ସୂଚନା ମିଳିଛି ।
ଭୂକମ୍ପ ଝଟକାରେ ଲୋକେ ଭୟଭୀତ
