ଲାଗୁ ହେବନି ପାକିସ୍ଥାନ ଏଜେଣ୍ଡା : ମୋଦି

ଜମ୍ମୁ କଶ୍ମୀରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରି ମୋଦି କଂଗ୍ରେସ, ନାଶନାଲ କନଫରେନ୍ସ ଏବଂ ପିଡିପି ଉପରେ ଖୁବ ବର୍ଷିଛନ୍ତି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଧାରା ୩୭୦ଉପରେ ଦେଇଥିବା ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ-ନାଶନାଲ କନଫରେନ୍ସକୁ ନେଇ ଜ୍‌ମ୍ମୁ କଶ୍ମୀରରେ ଉତ୍ସାହ ନ ଥାଇପାରେ, କିନ୍ତୁ ପଡୋଶୀ ଦେଶ (ପାକିସ୍ତାନ) ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ପାକିସ୍ତାନରେ କଂଗ୍ରେସ-ନାଶନାଲ କନଫରେନ୍ସ ମିଳିତ ମେଣ୍ଟ ବୃଦ୍ଧି ପାଇବାରେ ଲାଗିଛି। ତାଙ୍କର ଘୋଷଣାପତ୍ରକୁ ନେଇ ପାକିସ୍ତାନ ଖୁବ ଉତ୍ସାହିତ ଅଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୋଲାଖୋଲି ଭାବେ କଂଗ୍ରେସ-ନାଶନାଲ କନଫରେନ୍ସକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଧାରା ୩୭୦ ଏବଂ ୩୫ଏ ସମ୍ବନ୍ଧରେ କଂଗ୍ରେସ ଏବଂ ନାଶନାଲ କନଫରେନ୍ସର ଏଜେଣ୍ଡା ପାକିସ୍ତାନର ଏଜେଣ୍ଡା ସହିତ ସମାନ। ଅର୍ଥାତ୍‌ କଂଗ୍ରେସତ୍ନାଶନାଲ କନଫରେନ୍ସର ପୋଲ ପାକିସ୍ତାନ ନିଜେ ଖୋଲି ଦେଇଛି।

ଏହାପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଧାରା ୩୭୦ରଦ୍ଦ କରିବାକୁ ଓକିଲାତି କରି କହିଥିଲେ ଯେ ଜମ୍ମୁ କଶ୍ମୀରରେ ଧାରା ୩୭୦ଏବଂ ୩୫ଏ ପୁନରୁଦ୍ଧାର ପାଇଁ ପାକିସ୍ତାନ ଏବଂ ନାଶନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ମିଳିତ ହୋଇଛି। ଗଣମାଧ୍ୟମ ଅନୁମାନ କରିଥିଲା କି କାଟରାରେ ମୋଦି ପାକିସ୍ତାନ ଉପରେ ବର୍ଷି ପାରନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୋଦି ଆଜି କଂଗ୍ରେସ-ନାଶନାଲ କନଫରେନ୍ସ ଉପରେ ଆକ୍ରମଣ କରୁଛନ୍ତି … ଜ୍‌ମ୍ମୁ କଶ୍ମୀରରେ ପାକିସ୍ତାନର ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ଆମେ ଅନୁମତି ଦେବୁ ନାହିଁ। ଜମ୍ମୁ କଶ୍ମୀରରେ ବିଶ୍ୱର କୌଣସି ଶକ୍ତି ଧାରା ୩୭୦ ଫେରାଇ ଆଣିବ ନାହିଁ।

Leave a Reply

Your email address will not be published. Required fields are marked *