OYO ହୋଟେଲରେ ପ୍ରେମ କାହାଣୀର ଅନ୍ତ !

ବ୍ରହ୍ମପୁର13/01/2024: ଗୋଳନ୍ଥରା ଥାନା ହଳଦିଆପଦର୍ ଏକ ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତକ ଯୁବତୀ ଜଣଙ୍କ ପୁରୀ ଚନ୍ଦନପୁର ଅଞ୍ଚଳର। ଗତକାଲି ସେ ଓ ତାଙ୍କ ପ୍ରେମିକ ରାୟଗଡ଼ା ଅଞ୍ଚଳର ସଂକେତ ସେନାପତି ଙ୍କ ସହ ଆସି ହଳଦିଆପଦର oyo ହୋଟେଲ ରେ ରହିଥିଲେ। ରାତି ରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର mkcg ମେଡିକାଲ କୁ ତାଙ୍କ ପ୍ରେମିକ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଯୁବତୀଙ୍କ ପରିବାର ଲୋକେ ଏନେଇ ଗୋଳନ୍ଥରା ଥାନାରେ ତାଙ୍କ ଝିଅ କୁ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଯୁବତୀଙ୍କ ସହ ସଂକେତ ଙ୍କ ସୋସିଆଲ ମିଡିଆରେ ପ୍ରେମ ହୋଇଥିଲା। ସଂକେତ ଭୁବନେଶ୍ୱର ରେ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିବା ବେଳେ ଯୁବତୀ ଜଣକ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *