ଆଜିଠୁ ଓଟିଇଟି ଅନଲାଇନ ଆବେଦନ ଆରମ୍ଭ । ନଭେମ୍ୱର୨୫ ତାରିଖ ମଧ୍ୟରାତ୍ରି ଯାଏଁ ଅନଲାଇନରେ ଆବେଦନ କରିପାରିବେ ପରୀକ୍ଷାର୍ଥୀ । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ଅନଲାଇନ ଆବେଦନ କରିବେ । ତେବେ ୱେବସାଇଟରେ ଓଟିଇଟି ପରୀକ୍ଷା ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଡିସେମ୍ୱର ୧୦ ତାରିଖରେ ୱେବସାଇଟରୁ ନିଜ ନିଜ ଆଡମିଟ୍କାର୍ଡ ଡାଉନଲୋଡ କରିପାରିବେ ପରୀକ୍ଷାର୍ଥୀ । ଆସନ୍ତା ଡିସେମ୍ୱର ୧୭ ତାରିଖରେ ହେବ ଓଟିଇଟି ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ମଧ୍ୟ ଜାରି ହୋଇଛି । ଡିସେମ୍ୱର ୧୭ରେ ଓଟିଇଟି ପରୀକ୍ଷା ଦୁଇଟି ସିଟିଂରେ ହେବ । ସକାଳ ୯ଟାରୁ ଓଟିଇଟି ପେପର ୱାନ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟାରେ ଶେଷ ହେବ । ସେହିପରି ଅପରାହ୍ନ୨ଟାରେ ପେପର-ଟୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ସାଢେ ୪ଟାରେ ସରିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାରେ ତ୍ରୁଟି ପରେ ଓଟିଇଟି ପରୀକ୍ଷା ଘୁଞ୍ଚିଘୁଞ୍ଚି ଚାଲିଥିଲା । ହେଲେ ଏବେ ବୋର୍ଡ ପକ୍ଷରୁ ଓଟିଇଟି ପରୀକ୍ଷା ତାରିଖ ଘୋଷଣା କରାଯାଇଛି ।
ଆଜିଠୁ ଓଟିଇଟି ଅନଲାଇନ ଆବେଦନ
