ପୁଣି ଜଳିଗଲେ ନାବାଳିକା

ବରଗଡ଼ ଜିଲ୍ଲା ଗାଇସିଲେଟ ଅଂଚଳରୁ ଆସୁଛି ଚାଞ୍ଚଲ୍ୟ କର ଘଟଣା । ଫୁଣି ଜଣେ ନାବାଳିକା ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ନିଆଁ ଲିଭାଇବା ସହ ନାବାଳିକା କେମିତି ପୋଡ଼ି ହେଲେ ବୋଲି ପଚାରିଥିଲେ । ଆଉ ଜଳି ଯାଇଥିବା ନାବାଳିକା କହିଥିଲେ ତାଙ୍କ ସହ କଣ ହୋଇଛି । କେହି ଜଣେ ତାଙ୍କୁ ହତ୍ୟା କରିବାକୁ ଚାହୁଥିବା ନିଜ ବୟାନରେ କହିଛନ୍ତି ନାବାଳିକା ଜଣଙ୍କ । ଫୁଟବଲ ପଡିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଇଥିଲା । ପୀଡ଼ିତା ଜଣଙ୍କ ତାଙ୍କ ମାମୁଁଘର ଗାଁ ରେ ଜଳି ଯାଇଛନ୍ତି । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଛି ।। ଆତ୍ମାହୁତି ନା କେହି ଜାଳି ଦେଇଛନ୍ତି ତାକୁ ନେଇ ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁସାରେ ନାବାଳିକା ଜଣଙ୍କ ମାମୁଁ ଘରେ ରହି ପାଠ ପଢୁଥିଲେ, କେଉଁ କାରଣ ପାଇଁ ସେ ଏଭଳି ପଦକ୍ଷେପ ଗ୍ରହଣ କଲେ ତାହା ଜଣାପଡିନାହିଁ । ନାବାଳିକା ଝିଅକୁ କିଏ ଜାଳିଦେଲା ନା ସେ ନିଜେ ପୋଡ଼ି ହୋଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ ।

Leave a Reply

Your email address will not be published. Required fields are marked *