ପୁରୀ : ପୁରୀ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ଜଣକ ହାଇଦ୍ରାବାଦର ବିକାଶ ଚନ୍ଦେ । ବିକାଶ ଚନ୍ଦେ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ଆଜି ଅପରାହ୍ନରେ ଲାଇଟ୍ ହାଉସ ନିକଟରେ ଗାଧୋଉ ଥିବାବେଳେ ବୁଡ଼ିଯାଇ ନିଖୋଜ ଅଛନ୍ତି । ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ନିଖୋଜ ଯୁବକଙ୍କର କୌଣସି ପତ୍ତା ମିଳି ନାହିଁ । ଏହି ଅଘଟଣ ପୁରୀ ବେଳାଭୂମିର ସେକ୍ଟର ୯ ରେ ଘଟିଛି ।
ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ
