ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ରଖିଥିବା ଅଭିଯୋଗରେ ଓଡିଶା ଭିଜିଲାନ୍ସ ରାୟଗଡ଼ା ଜିଲ୍ଲାର କଶିପୁର ଫରେଷ୍ଟ ରେଞ୍ଜରେ ଚଢ଼ାଉ କରିଛି । ଏହା ସହ କାର୍ଯ୍ୟରତ ଫରେଷ୍ଟ ରେଞ୍ଜର ଅଫିସରଙ୍କ ବିରୁଦ୍ଧରେ ୯ଟି ସ୍ଥାନରେ ଏକାସାଥ ଚଢ଼ାଉ ଆରମ୍ଭ ହୋଇଛି । ଅଭିଯୁକ୍ତ ରେଞ୍ଜରଙ୍କୁ ଭିଜିଲାନ୍ସ ଦ୍ୱାରା ଅଟକ ରଖିବା ସହ ଅଧିକ ଜେରା ପାଇଁ ରାୟଗଡା ସ୍ଥାନାନ୍ତର । ଏହି କାର୍ଯ୍ୟରେ 7 DSP, 7 ଇନ୍ସପେକ୍ଟର, 9 ASI ଯୋଗଦେଇଛନ୍ତି । ଜୟପୁର, କୋରାପୁଟ ସ୍ଥିତ ସ୍ପେସିଆଲ୍ ଜଜ୍, ଭିଜିଲାନ୍ସଙ୍କ ଅଦାଲତ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଉପରେ ଆଧାର କରି ଏହି କାର୍ଯ୍ୟାନୁଷ୍ଠାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦଶ ଘଣ୍ଟା ଜେରାପରେ ଭିଜିଲାନ୍ସ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଛି।
ଓଡିଶା ଭିଜିଲାନ୍ସ ଦ୍ୱାରା ଫରେଷ୍ଟ ରେଞ୍ଜ ଅଫିସରଙ୍କ ୯ଟି ସ୍ଥାନରେ ଏକାସାଥ ଚଢ଼ାଉ
