ଶୀତରେ ଥରୁଛି ଓଡିଶା, ୫ ଡିଗ୍ରିକୁ ହ୍ରାସ ପାଇଲା ପାରଦ

ଆଜି ସକାଳୁ ସକାଳୁ ପ୍ରବଳ ଶୀତ ଅନୁଭୂତ ହୋଇଛି । ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବି ଥିଲା କୁହୁଡ଼ିର ଆସ୍ତରଣ। ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ପାରଦ ୨ ଡିଗ୍ରିକୁ ବୃଦ୍ଧି ପାଇଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସହରର ରାତି ତାପମାତ୍ରା ସ୍ୱାଭାବିକଠାରୁ ୭ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗତକାଲି ରାତିରେ ଦାରିଙ୍ଗବାଡ଼ିରେ ପାରଦସ୍ତର ୧୦ ଡିଗ୍ରି ତଳକୁ ଖସି ୯.୫ ଡିଗ୍ରିରେ ପହଞ୍ଚିଥିଲା । ପଛକୁ ପଛ ଫୁଲବାଣୀ ୧୧ ଡିଗ୍ରି, ଝାରସୁଗୁଡ଼ା ୧୧.୧ ଡିଗ୍ରି, ଭଦ୍ରକ ୧୧.୪ ଡିଗ୍ରି, ରାଉରକେଲା ୧୨.୯ ଡିଗ୍ରି, କୋରାପୁଟ ୧୩ ଡିଗ୍ରି, ସୁନ୍ଦରଗଡ଼ ୧୩.୨ ଡିଗ୍ରି, କେନ୍ଦୁଝର ୧୩.୪ ଡିଗ୍ରି, ଢେଙ୍କାନାଳ ଓ ଅନୁଗୁଳ ୧୩.୬ ଡିଗ୍ରି । ମୋଟ ଉପରେ ୧୨ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି । ଆସନ୍ତାକାଲି ମଧ୍ୟ ରାଜ୍ୟର ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Leave a Reply

Your email address will not be published. Required fields are marked *