ନୂଆପଡା: ମୁଖ୍ୟମନ୍ତ୍ରୀଙ୍କ ଗର୍ଜନରେ କମ୍ପିଲା ନୂଆପଡା । ମଞ୍ଚରେ ଆହ୍ୱାନ ଦେଲେ ମୋହନ । କହିଲେ ନୂଆପଡାର ବିକାଶର କଥା । ନୂଆପଡା କୋମନାରେ ବିରାଟ ଜନସମାବେଶରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଭାଷଣରେ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି । ଟାର୍ଗେଟରେ ନୂଆପଡାବାସୀଙ୍କୁ କରିଛନ୍ତି ପ୍ରଶ୍ନ । ପଚାରିଛନ୍ତିି ଗତ ୨୪ ବର୍ଷରେ ନବୀନ ବାବୁ ନୂଆପଡାରେ କରିଛନ୍ତି କଣ? ନୂଆପଡା କେତେଥର ଆସିଛନ୍ତି । ମୁଁ ନିର୍ବାଚିତ ହେବା ପରେ ୫ଥର ନୂଆପଡା ଆସି ସାରିଛି । ଏହା ସହ ମହିଳା ସଶକ୍ତିକରଣ, ଚାଷୀ ପ୍ରସଙ୍ଗ ଆଦିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ଗସ୍ତରେ ଦେଇଥିବା ଭାଷଣକୁ ବି ନେଇ ବର୍ଷିଛନ୍ତି । ବେଇମାନ ଶବ୍ଦର ଅର୍ଥ ନବୀନ ବାବୁ ଜାଣିନଥିବେ । ପୂର୍ବରୁ ଏପରି କଥା ତାଙ୍କ ମୁହଁରୁ ଶୁଣିବାକୁ ମିଳିନାହିଁ । କାହା ଲେଖାକୁ ସେ ପଢିଦେଇଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମୋହନ ଚରଣ ମାଝୀ । ଜୟ ଢୋଲକିଆ ଜିତିଲେ ଆପଣ ମାନଙ୍କ ଦାବିକୁ ରଖିପାରିବେ । ନୂଆପଡାର ବିକାଶ ପାଇଁ ୧ହଜାର ୪ଶହ କୋଟି ପ୍ରତିଶ୍ରୁତି ଦେଇସାରିଛି । ଏଠାର ବିକାଶ ପାଇଁ ମୁଁ ଆସିଛି । ନୂଆପଡାରେ ନିଶ୍ଚିତ ପଦ୍ମ ଫୁଟିବ ।
ମୁଖ୍ୟମନ୍ତ୍ରୀଙ୍କ ଗର୍ଜନରେ କମ୍ପିଲା ନୂଆପଡା
