ଭାରତରେ ଲଞ୍ଚ ହେଲା ନୂଆ ଭିଓ WI-FI

ଭାରତ ସଞ୍ଚାର ନିଗମ ଲିମିଟେଡ ଭାରତରେ ପ୍ରଥମଥର ପାଇଁ ଭଏସ୍ ଓଭର୍ ୱାଇ-ଫାଇ ସେବା ଆରମ୍ଭ କରିଛି। ଏଣିକି BSNL ବ୍ୟବହାରକାରୀମାନେ ବିନା ନେଟ୍‌ୱାର୍କରେ ଅନ୍ୟମାନଙ୍କ ସହ କଥା ହୋଇପାରିବେ। ଯାହା ଦେଶର ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ସଂଯୋଗ ଯୋଗାଇବ। ସରକାରଙ୍କ ନେତୃତ୍ୱାଧୀନ ଟେଲିକମ୍ କମ୍ପାନୀ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହାର ଭଏସ୍ ଓଭର୍ ୱାଇ-ଫାଇ ସେବା ଆରମ୍ଭ କରିଛି । ଏହି ନୂତନ ଟେକ୍ନୋଲୋଜିର ଉଦ୍ଦେଶ୍ୟ ହେଉଛି, ଏପରି କ୍ଷେତ୍ରରେ ସଂଯୋଗ ଯୋଗାଇବା ଯେଉଁଠାରେ ଆଜି ମଧ୍ୟ ଜିଓ, ଏୟାରଟେଲ, ଭୋଡାଫୋନ୍-ଆଇଡିଆ ସମେତ କୌଣସି ଟେଲିକମ୍ କମ୍ପାନୀର ନେଟୱାର୍କ ଉପଲବ୍ଧ ନାହିଁ। ବିଶେଷକରି ପାହାଡ଼ିଆ ଏବଂ ଜଙ୍ଗଲ ଅଞ୍ଚଳରେ ଏଭଳି ଅନେକ ଗାଁ ଅଛି ଯାହାକି ମୋବାଇଲ ନେଟୱାର୍କଠାରୁ ବହୁ ଦୂରରେ ଅଛି। ଲୋକଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ BSNL ଭାରତରେ ପ୍ରଥମଥର ପାଇଁ ଭଏସ୍ ଓଭର୍ ୱାଇ-ଫାଇ ସେବା ଆରମ୍ଭ କରିଛି। ଯାହା ମାଧ୍ୟମରେ ଲୋକମାନେ ଫୋନ୍ ନେଟୱାର୍କ ବିନା ଟେଲିକମ୍ ସଂଯୋଗ ବ୍ୟବହାର କରିପାରିବେ।
ବର୍ତ୍ତମାନ ସାଧାରଣ ନାଗରିକମାନେ ମଧ୍ୟ ଦୁର୍ଗମ ଅଞ୍ଚଳରେ BSNLର ଏହି ସେବା ସହିତ ସଂଯୋଗ କରିପାରିବେ। BSNLର ଏହି ଉପଗ୍ରହ ନେଟୱାର୍କ ବ୍ୟବହାରକାରୀଙ୍କୁ ଜରୁରୀକାଳୀନ କଲ୍, SOS ବାର୍ତ୍ତା ଏବଂ ଏପରିକି ୟୁପିଆଇ ପେମେଣ୍ଟରେ ସାହାଯ୍ୟ କରିବ । ତେବେ ସାଧାରଣ କଲ ଏବଂ SMS ପାଇଁ ଏହି ବୈଶିଷ୍ଟ୍ୟ ଉପଲବ୍ଧ ହେବ କି ନାହିଁ କମ୍ପାନୀ ସ୍ପଷ୍ଟ କରିନାହିଁ । ତେବେ ଗ୍ରାହକମାନେ କିପରି ଏହି ସେବାକୁ ବ୍ୟବହାର କରିପାରିବେ ତାହା BSNL ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ସେହିପରି BSNLର ଉପଭୋକ୍ତାମାନେ ଏହି ସେବା ପାଇବେ ନା ଅତିରିକ୍ତ ଦେୟ ଆଦାୟ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

Leave a Reply

Your email address will not be published. Required fields are marked *