ସୁଭଦ୍ରା ଯୋଜନାରେ ଆସିଛି ନୂଆ ଅପଡେଟ

ମହିଳା ହିତାଧିକାରୀଙ୍କ ପାଇଁ ପୁଣି ଥରେ ଫେରିଲା ସୁଭଦ୍ରା ଯୋଜନା। ଏହି ଯୋଜନାରେ ପୂର୍ବରୁ ଅନେକ ମହିଳା ଉପକୃତ ହୋଇଥିବା ବେଳେ ପୁଣି ମିଳିଛି ଖୁସିର ଖବର। ଖୋଲିଛି ସୁଭଦ୍ରା ପୋର୍ଟାଲ। ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏହା ଘୋଷଣା କରିଛନ୍ତି। ବହୁଦିନ ଧରି ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲର ଆଜି ହୋଇଛି ପୁଣି ଶୁଭାରମ୍ଭ। ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ଏକ ବଡ଼ ଯୋଜନା। ଏହି ଯୋଜନାରେ ବାଦ୍ ପଡିଥିବା ମହିଳା ମାନଙ୍କ ପାଇଁ ଖୁସିର ଖବର ଆସିଯାଇଛି। ପୂର୍ବ ଆବେଦନରୁ ବଞ୍ଚିତ ହୋଇଥିବା ମହିଳାମାନେ ଏବେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ବୟସ କମ୍ କିମ୍ବା କୌଣସି କାରଣରୁ ବଞିତ ହୋଇଥିବା ମହିଳାମାନେ ଆଜିଠାରୁ ନିଜର ଆବେଦନ ଦାଖଲ କରିପାରିବେ। ନୂଆ ଆବେଦନକାରୀ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ମାସ ୮ ତାରିଖରେ ନୂତନ କିସ୍ତି ପ୍ରଦାନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏକାଥରେ ୨ଟି କିସ୍ତି ଅର୍ଥାତ୍ ତୃତୀୟ ଓ ଚତୁର୍ଥ କିସ୍ତି ପାଇବେ। ଆବେଦନ ପାଇଁ ବୟସ ସୀମା ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ଏ ନେଇ ନିଜ ଟୁଇଟର ଆକାଉଣ୍ଟରେ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଘୋଷଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ୨୦୨୫ ଏପ୍ରିଲ ୧ ତାରିଖଠାରୁ ୨୧ ବର୍ଷ ହୋଇଥିବା ମହିଳାମାନେ ଆବେଦନ କରିପାରିବେ। ଯେଉଁମାନେ କୌଣସି କାରଣରୁ ଆବେଦନରୁ ବଞ୍ଚିତ ଥିଲେ କିମ୍ବା ବିଦେଶରେ ଥିଲେ ସେମାନେ ମଧ୍ୟ ନିଜର ଆବେଦନ କରିପାରିବେ। ମାତ୍ର ଆଗରୁ କିସ୍ତି ପାଇ ସାରିଥିବା ହିତାଧିକାରୀ ପୁଣି ଆବେଦନ କଲେ ତାକୁ ପୋର୍ଟାଲ ଗ୍ରହଣ କରିବ ନାହିଁ। ସୂଚନା ମୁତାବିକ ଏହି ପ୍ରକ୍ରୟା ମାସେ ପର୍ଯ୍ୟନ୍ତ ଚାଲୁ ରହିବ। ପରବର୍ତ୍ତୀ ସମୟରେ ସମୟ ସୀମା ବଢି ପାରେ ।

Leave a Reply

Your email address will not be published. Required fields are marked *