ନୂଆଦିଲ୍ଲୀ: ହିଣ୍ଡେନବର୍ଗ ପୁଣି ଥରେ ଆଉ ଏକ ଭାରତୀୟ କମ୍ପାନୀ ବିଷୟରେ ଏକ ବଡ଼ ଖୁଲାସା କରିଛି । ଗତଥର ଆଦାନୀ ଗ୍ରୁପକୁ ଟାର୍ଗେଟ କରିଥିବା ହିଣ୍ଡେନବର୍ଗ ଏଥର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡି (SEBI ) ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ଅଭିଯୋଗ ଅନୁଯାୟୀ ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ର ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ବାମୀ ଧବଲ ବୁଚଙ୍କ ଅଂଶଧନ ରହିଥିବା ହିଣ୍ଡେନବର୍ଗ ରିପୋର୍ଟରେ ପ୍ରକାଶ ପାଇଛି । କିନ୍ତୁ ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ଦାବି କରିଛି ହିଣ୍ଡେନବର୍ଗ ରିସର୍ଚ୍ଚ । ଆମେରିକାର ଏକ କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ଏହାର ନୂତନ ରିପୋର୍ଟରେ କହିଛି ଯେ ଆଦାନୀ ଗ୍ରୁପ୍ର ଆର୍ଥିକ ହେରଫେର ସହ ଜଡିତ ଏକ ଅଫଶୋର ସଂସ୍ଥାରେ ସେବି ର ଅଧ୍ୟକ୍ଷ ମାଧବୀ ବଚ ଏବଂ ତାଙ୍କ ସ୍ୱାମୀ ଧାୱାଲ ବଚଙ୍କ ଅଂଶଧନ ରହିଛି। ହ୍ବିଲସଲବ୍ଲୁର୍ ଡକ୍ୟୁମେଣ୍ଟଗୁଡିକ ଦର୍ଶାଇ ଏହା ଦାବି କରାଯାଇଛି ଯେ ଏହି ଅନୁଷ୍ଠାନ ଗୁଡ଼ିକ ଗୌତମ ଆଦାନୀ ଙ୍କ ବଡ ଭାଇ ବିନୋଦ ଆଦାନୀଙ୍କ ଦ୍ୱାରା ବେଆଇନ ଭାବେ ଟଙ୍କା ହଡ଼ପ କରିବା ପାଇଁ ବ୍ୟବହୃତ ଏହା ହେଉଛି ନେଟୱାର୍କର ଏକ ଅଂଶ। ହିଣ୍ଡେନବର୍ଗ ରିସର୍ଚ୍ଚ ଅଭିଯୋଗରେ ପ୍ରକାଶ କରି କହିଛି ଯେ,ଗତ ଏପ୍ରିଲ୍ ୨୦୧୭ ରୁ ମାର୍ଚ୍ଚ 2022 ପର୍ଯ୍ୟନ୍ତ, ମାଧବୀ ପୁରୀ ବୁଚ୍ SEBI ର ଚେୟାରମ୍ୟାନ୍ ଥିଲେ । ସିଙ୍ଗାପୁରର ଅଗୋରା ପାର୍ଟନର୍ସ ନାମକ ଏକ ପରାମର୍ଶଦାତା ସଂସ୍ଥାରେ ତାଙ୍କର ୧୦୦ ପ୍ରତିଶତ ଅଂଶଧନ ଥିଲା । ମାତ୍ର ମାର୍ଚ୍ଚ ୧୬, ୨୦୨୨ରେ SEBI ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହେବାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ସେ କମ୍ପାନୀରେ ଥିବା ଅଂଶଧନକୁ ତାଙ୍କ ସ୍ୱାମୀ ଧବଲ ବଚ୍ଙ୍କ ନାମରେ ଟ୍ରାନ୍ସଫର୍ କରିଥିଲେ । ମାଧବୀ ଚେୟାରମ୍ୟାନ୍ ଥିବାବେଳେ ୨୦୧୯ରେ ତାଙ୍କ ସ୍ବାମୀଙ୍କୁ ବ୍ଲାକଷ୍ଟୋନରେ ବରିଷ୍ଠ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଥିଲା। ଏପରି ସବୁ ଅନେକ ପ୍ରକାର ତଥ୍ୟ ପ୍ରକାଶ କରି ହିଣ୍ଡେନବର୍ଗ ମାଧବୀ ପୁରୀ ଓ ତାଙ୍କ ସ୍ବାମୀଙ୍କ ନାମରେ ଅଭିଯୋଗ ଆଣିଛି। ହିଣ୍ଡେନବର୍ଗ ରିସର୍ଚ୍ଚର ପ୍ରକାଶିତ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସେବି ର ମୁଖ୍ୟ ମାଧବୀ ପୁରୀ ବୁଚ୍ । ସେ କହିଛନ୍ତି ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ, ଏବଂ ଏଥିରେ କୌଣସି ପ୍ରକାରର ସତ୍ୟତା ନାହିଁ । ଏହି ସବୁ କରି ଆମକୁ ବଦନାମ୍ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।
