ସରକାରଙ୍କ ନୂଆ ଘୋଷଣା, ଝିଅ ବାହାଘର ପାଇଁ ମିଳିବ 51 ହଜାର ଟଙ୍କା

ଭୁବନେଶ୍ୱର: ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହରେ ସହଯୋଗ ଏବଂ ପରିବାରର ଆର୍ଥିକ ସହାୟତା ପାଇଁ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହୟତା । ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏହି ଯୋଜନା ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ହିତାଧିକାରୀଙ୍କ ଯୋଗ୍ୟତା ବି ସ୍ଥିର କରିଛନ୍ତି ରାଜ୍ୟ ସରକାର । ତେବେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କମାନଙ୍କୁ ଚିଠି ଲେଖି ଗାଇଡଲାଇନ ବାବଦରେ କୁହାଯାଇଛି ।
ହିତାଧିକାରୀଙ୍କ ଯୋଗ୍ୟତା :
ବର ଏବଂ କନ୍ୟା ଉଭୟ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ।
କନ୍ୟା: ୧୮ ରୁ ୩୫ ବର୍ଷ
ବର: ୨୧ ରୁ ୩୫ ବର୍ଷ

  • ବର ଏବଂ କନ୍ୟା ପ୍ରଥମ ଥର ପାଇଁ ବିବାହ କରୁଥିବା ବ୍ୟକ୍ତି ହୋଇଥିବେ ।
  • ପୁନର୍ବିବାହ କରିବାକୁ ଚାହୁଁଥିବା ବିଧବା ମହିଳାମାନଙ୍କୁ ମଧ୍ୟ ଏହି ଯୋଜନାରେ ବିଚାର କରାଯିବ।
  • ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।
  • ବର କିମ୍ବା କନ୍ୟା, ଅଥବା ସେମାନଙ୍କ ପରିବାର ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଅନ୍ୟ କୌଣସି ବିବାହ ସହାୟତା ଯୋଜନାରୁ ଲାଭ ପାଇ ନଥିବା ଆବଶ୍ୟକ।
    ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହରେ ସହଯୋଗ ଏବଂ ପରିବାରର ଆର୍ଥିକ ସହାୟତା ପାଇଁ ମୋଟ ୫୧,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *