କ୍ୟାନ୍ସର ଚିକିତ୍ସାରେ ନୂଆ ଦିଗ,କେମୋଥେରାପିର ଆବଶ୍ୟକତା ଏବେ କମିପାରେ !

ନୂଆଦିଲ୍ଲୀ। ରକ୍ତ କ୍ୟାନ୍ସର (Blood Cancer) ଚିକିତ୍ସାରେ ଏବେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ବହୁତ ରୋଗୀଙ୍କୁ କେମୋଥେରାପି ଦେବା ଦରକାର ପଡ଼ିନପାରେ l କେମୋ ପ୍ରତିକ୍ରିୟାକୁ ଦୂର କରିବାକୁ ନୂଆ ଅଧ୍ୟୟନରେ କୁହାଯାଇଛି ଯେ, ଇମ୍ୟୁନୋଥେରାପି ଓ ବିଶେଷ ନୂଆ ଔଷଧ ବିଶେଷ ଭାବରେ ଫଳପ୍ରଦ ହୋଇପାରେ l

କାହିଁକି ଏହା ଉପରେ ବିଶେଷ ଅଧ୍ୟୟନ ଚାଲିଛି?
– କେଶ ଝଡିବା
– ଅତ୍ୟଧିକ ଦୁର୍ବଳତା
– ଶରୀରର ଅନ୍ୟାନ୍ୟ ଅଙ୍ଗକୁ ହୋଇଥିବା କ୍ଷତି
ଯେଉଁମାନେ କେମୋଥେରାପି ନେଉଛନ୍ତି ସେମାନଙ୍କ ପାଖରେ ଏଗୁଡ଼ିକ ସାଧାରଣ ପ୍ରତିକ୍ରିୟା- ସେଗୁଡ଼ିକୁ ଏହି ନୂଆ ଔଷଧ ବହୁତ କମ କରିଦେବ lଏହି ଚିକିତ୍ସା ସିଧା କ୍ୟାନ୍ସର ସେଲ୍‌ର ମୂଳକୁ ଆକ୍ରମଣ କରେ, ଯେଉଁଠାରୁ ରୋଗ ଆରମ୍ଭ ହୁଏ। ଏଥିରୁ ଚିକିତ୍ସା ଅଧିକ ସଫଳ ହୋଇପାରୁଛି ବୋଲି ଗବେଷଣାରୁ ଜଣା ଯାଇଛିl କ୍ୟାନ୍ସର ରିସର୍ଚ୍ ଇନ୍‌ସ୍ଟିଟ୍ୟୁଟ୍‌, ହାର୍ଭାର୍ଡ ମେଡିକାଲ୍‌ ସ୍କୁଲ୍‌ ଏବଂ ଅନ୍ୟାନ୍ୟ ବଡ଼ ମେଡିକାଲ୍‌ କଲେଜ୍‌ର ବିଶେଷଜ୍ଞମାନେ ହଜାର ରୋଗୀଙ୍କ ଉପରେ ଅଧ୍ୟୟନ କରି ନିଷ୍ପତ୍ତିରେ ପହଞ୍ଚିଛନ୍ତି। ଅଧ୍ୟୟନରେ ଏହା ଦେଖିବାକୁ ମିଳିଛି ଯେ ନୂଆ ଔଷଧ ଓ ଇମ୍ୟୁନୋଥେରାପି ଅନେକ ପ୍ରକାର ରକ୍ତ କ୍ୟାନ୍ସରରେ କିମୋଠୁ ଅଧିକ ଭଲ ଫଳାଫଳ ଦେଉଛି ।

କେମୋଥେରାପି କାହାକୁ କୁହାଯାଏ?

କେମୋଥେରାପି କ୍ୟାନ୍ସର ଚିକିତ୍ସାର ପ୍ରମୁଖ ପଦ୍ଧତି ଯେଉଁଠାରେ ଶରୀରରେ ଦ୍ରୁତ ବଢ଼ୁଥିବା କ୍ୟାନ୍ସର ସେଲ୍‌ଗୁଡ଼ିକୁ ଔଷଧ ଦ୍ୱାରା ନଷ୍ଟ କରାଯାଏ।
ଏହା ଡ୍ରିପ୍‌, ଇଞ୍ଜେକ୍ସନ୍‌ କିମ୍ବା ଔଷଧ ରୂପରେ ଦିଆଯାଏ ଓ ଅନେକ ସାଇକେଲ୍‌ରେ ଚାଲେ। କିନ୍ତୁ ଏହାର ପ୍ରତିକ୍ରିୟା ବେସି ହେବାରୁ ଏବେ ଡାକ୍ତରମାନେ ନୂଆ ଚିକିତ୍ସା ପଦ୍ଧତି ପ୍ରତି ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *