ଆଜି ନିର୍ବାଚନ ହେଲେ ଏନ୍‌ଡିଏକୁ ୩୨୪

: ଆଜି ଲୋକସଭା ନିର୍ବାଚନ ହେଲେ ଏନ୍‌ଡିଏ ପ୍ରଭାବଶାଳୀ ପ୍ରଦର୍ଶନ କରି ୩୨୪ ଆସନ ଜିତିବାର ସମ୍ଭାବନା ଅଛି। ଏଥିସହ ୨୦୨୪ରେ ଏନ୍‌ଡିଏକୁ କଡ଼ା ଟକ୍କର ଦେଇଥିବା କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟର ଆସନ ସଂଖ୍ୟା ୨୦୮କୁ ହ୍ରାସ ପାଇବା ସମ୍ଭାବନା ରହିଛି। ‘ଇଣ୍ଡିଆ ଟୁଡେ-ସିଭୋଟର- ମୁଡ୍ ଅଫ୍ ଦ ନେସନ୍’ (ରାଷ୍ଟ୍ରର ମନୋଭାବ) ସର୍ଭେ ଅନୁଯାୟୀ, ସାଧାରଣ ନିର୍ବାଚନ ପରେ ଅନୁଷ୍ଠିତ ହୋଇଥିବା ତିନିଟି ପ୍ରମୁଖ ବିଧାନସଭା ନିର୍ବାଚନରେ ଏନ୍‌ଡିଏର ଲଗାତାର ବିଜୟ ପରେ ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ ଏନ୍‌ଡିଏ ପ୍ରଭାବଶାଳୀ ପ୍ରଦର୍ଶନ କରି ୩୨୪ ଆସନ ଜିତିବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ, ୨୦୨୪ରେ ୨୩୪ ଆସନ ଜିତି ଏନ୍‌ଡିଏକୁ ଏକ ଅଦ୍ଭୁତ ଝଟ୍‌କା ଦେଇଥିବା କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟର ଆସନ ସଂଖ୍ୟା ୨୦୮କୁ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ବିଜେପି ୨୬୦ ଆସନ ପାଇବ ବୋଲି ସର୍ଭେରେ ପୂର୍ବାନୁମାନ କରାଯାଇଥିଲେ ହେଁ ନିଜ ଦମ୍‌ରେ ସରକାର ଗଠନର କୁହୁକ ସଂଖ୍ୟା ୨୭୨ରୁ ବିଜେପି ୧୨ଟି ଆସନ ପଛରେ ରହିବ।

Leave a Reply

Your email address will not be published. Required fields are marked *