ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରୁ ବିଳମ୍ବିତ ରାତିରେ ସାମ୍ବାଦିକ ସୁମିତ କୁମାର ନିଜ ଘର ପାପଡାହାଣ୍ଡିକୁ ମୋଟର ସାଇକଲ ଯୋଗେ ଫେରୁଥିବା ବେଳେ ଅଚାନକ ନିଶାସକ୍ତ ଯୁବକ ହରେକୃଷ୍ଣ ବେହେରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ସୁମିତଙ୍କ ଛାତି, ପେଟ, ହାତର ବାହୁ ଭଳି ୪ଟି ସ୍ଥାନରେ ଆକ୍ରମଣକାରି ଛୁରା ମାଡ କରିଥିଲା । ସାମ୍ବାଦିକ ସୁମିତ ଚିତ୍କାର କରି ଦୌଡ଼ି ଥିବା ବେଳେ ଆଖ ପାଖ ଲୋକ ଉଠି ଆସି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ । ଯୁବକର ଛୁରା ମାଡ଼ରେ ସାମ୍ବାଦିକ ଜଣକ ଗୁରୁତର ହୋଇଥିଲେ । ତାପରେ ସ୍ଥାନୀୟ ଲୋକମାନେ ସୁମିତଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ଡାକ୍ତର ତୁରନ୍ତ ସାମ୍ବାଦିକଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିଥିଲେ ।
ସୂଚନଯୋଗ୍ୟ ଯେ, ଆକ୍ରମଣକାରୀ ହରେକୃଷ୍ଣ ବେହେରା ଗତକାଲି ଠାରୁ ହାତରେ ମାରାଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରିବା ସହ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାରର ଭୟ ସୃଷ୍ଟି କରାଇଥିଲେ । ଯାହାକୁ ନେଇ ଆଜି ସାମ୍ବାଦିକ ସୁମିତ କୁମାର ପାପଡାହାଣ୍ଡି ପୋଲିସକୁ ଖବର ଦେବାକୁ ଯାଇଥିଲେ । ଏହାକୁ ନେଇ ଯୁବକ ଜଣକ ସାମ୍ବାଦିକ ସୁମିତଙ୍କ ଉପରେ ରାଗି ଯାଇ ସୁମିତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଯଦିଓ ଛୁରା ମାଡ଼ର କାରଣ ଅସ୍ପଷ୍ଟ ରହିଛି, ଏହାକୁ ନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସାମ୍ବାଦିକଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ
