ଭୁବନେଶ୍ୱର, ୨୯/୦୭: ବନ୍ଧ୍ୟାକରଣ ପ୍ରତି ବଢୁଛି ପୁରୁଷଙ୍କ ଆଗ୍ରହ | ଆଜ୍ଞା ହଁ, କିଛି ଏପରି ମନ୍ତବ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ | ବିଧାନସଭାରେ ମୁକେଶ ମହାଲିଙ୍ଗ ଲିଖିତ ମାଧ୍ୟମରେ କହିଛନ୍ତି ଯେ ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ଅଧିକ ବଢୁଛି | ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ରେ ୧୭୯୨ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି । ସେହିପରି ୨୦୨୧-୨୨ରେ ୯୯୧, ୨୦୨୨-୨୩ରେ ୧୫୬୯ ପୁରୁଷ ବନ୍ଧ୍ୟାକରଣ । ୨୦୨୩-୨୪ରେ ୮୦୪୦୩ ମହିଳା ବନ୍ଧ୍ୟାକରଣ କରିଛନ୍ତି ।
ହେଲେ ମହିଳାଙ୍କ ବନ୍ଧ୍ୟାକରଣ ସଂଖ୍ୟା ହ୍ରାସ ପାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ୨୦୨୧-୨୨ ରେ ୮୨୧୫୨82152, ୨୦୨୨-୨୩ରେ ୯୨୯୧୫ ଓ ୨୦୨୩-୨୪ ବର୍ଷରେ ୮୦୪୦୩ ଜଣ ମହିଳା ବନ୍ଧ୍ୟାକରଣ କରିଛନ୍ତି। ଗତ ତିନି ବର୍ଷରେ ସମୁଦାୟ ୨ ଲକ୍ଷ ୫୯ ହଜାର ୮୨୨ ଜଣ ମହିଳା ବନ୍ଧ୍ୟାକରଣ କରିଛନ୍ତି।
୨୦୨୪ ନିର୍ବାଚନ ପୂର୍ବରୁ ବର୍ଷକରେ ୧୪୦ ଯୋଜନା କରାଯାଇଥିଲା। ବିନା ବଜେଟ୍ ବ୍ୟୟବରାଦରେ କରାଯାଇଥିଲା ଯୋଜନା । ଅନେକ ଯୋଜନା କେବଳ ଘୋଷଣାରେ ସୀମିତ ରହିଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ବି ହୋଇ ନ ଥିଲା ବ୍ୟୟବରାଦ । ବିଧାୟକ ଅମର ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୪ଟା ଯାଏଁ ଗୃହ ମୁଲତବି ରହିଛି । ସବୁ ନୋଟିସ ଉପରେ ଆଲୋଚନା କରି ବାଚସ୍ପତି ନିଷ୍ପତି ନେବେ । ବାଚସ୍ପତିଙ୍କ ବିବୃତି ପରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କରିଛନ୍ତି ।