ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ରାଧିକାଦେଇପୁର ଗାଁରେ ସାପ କାମୁଡ଼ାରେ ମା’- ପୁଅଙ୍କର ମୃତ୍ୟୁ ଘଟିଛି । ଜେମାମଣୀ ଓ ୧୦ବର୍ଷିୟ ପୁଅ ରାତିରେ ଖାଇସାରି ଘରେ ଶୋଇଥିବା ସମୟରେ ଘର ଭିତରକୁ ଏକ ବିଷାକ୍ତ ସାପ ପଶି ଆସିଥିଲା । ସାପ କାମୁଡିବା ପରେ ରାତି ପ୍ରାୟ ୧ଟା ସମୟରେ ମା ପୁଅ ଦୁଇ ଜଣ ହଠାତ୍ ଗୁରୁତର ହୋଇପଡିବାରୁ ସ୍ୱାମୀ ସୁନିଲ ଉଭୟଙ୍କୁ କେଶଦୂରପାଳ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ହେଲେ ସେଠାରେ ଅବସ୍ଥା ଅଧିକ ଖରାପ ହେବାରୁ ଉଭୟଙ୍କୁ ଡାକ୍ତର ଆନନ୍ଦପୁର ମେଡିକାଲକୁ ନେବାକୁ କହିଥିଲେ । କିନ୍ତୁ ଆନନ୍ଦପୁର ମେଡ଼ିକାଲରେ ପହଁଞ୍ଚିବା ପୂର୍ବରୁ ପୁଅର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ମା’ଜେମାମଣୀଙ୍କର ମୃ୍ତ୍ୟୁ ହୋଇଛି । ମେଡିକାଲରେ ପୋଲିସ ପହଂଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସାପ କାମୁଡ଼ାରେ ମା-ପୁଅ ମୃତ
