ଗାଁର କେନାଲ ହିଡ଼ କୂଳରେ ଝାଟିମାଟି ଦଦରା କୁଡ଼ିଆ ଘର ଭିତରେ ଜୀବନ କାଟୁଛନ୍ତି ମା-ଝିଅ । ନା ଅଛି ସୁବିଧା ନା ଅଛି ସୁରକ୍ଷା ପ୍ରତିଦିନ ବିପଦରେ ଜୀବନ ଯାପନ କରୁଛନ୍ତି ମା ଝିଅ।
କେନାଲ ପାଖରେ ଝାଟିମାଟିକରି ରହିଛନ୍ତି ଗରିବ ମା ଝିଅ । ବର୍ଷାରେ ଭିଜୁଛନ୍ତି, ଶୀତରେ କମ୍ପୁଛନ୍ତି, ହେଲେ ସରକାରଙ୍କ ଘର ଘୋଷଣା କେବଳ କାଗଜରେ ସୀମିତ । ବର୍ଷା ବେଳେ କୁଡ଼ିଆରେ ପାଣି ପଡ଼ିଥାଏ ଯାହା ଅଧିକ କଷ୍ଟକର। ମା-ଝିଅଙ୍କ ଦୁଃଖ: ଦୁଇବେଳର ଖାଇବା ମିଳୁଛି, କିନ୍ତୁ ଘରର ସ୍ୱପ୍ନ ଅପୂର୍ଣ୍ଣ।
କୋରାପୁଟଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବେଣାଗାଁ ପଞ୍ଚାୟତ ସନ୍ତୋଷପୁର ଗ୍ରାମର ମା ଝିଅଙ୍କ ଅକୁହା କଥା । ଗାଁର ଶେଷରେ ଥିବା ଏକ କେନାଲ ପାଖରେ ମା-ଝିଅର ଜୀବନ ଜଣେଇ ଦେଉଛି ବଞ୍ଚିବାର ଲଢେଇ କେବଳ ଖାଇବା ପାଇଁ ନୁହେଁ, ରାତି ପାଇଁ ଚିନ୍ତା । ସେମାନେ ଗାଁରେ ଛୋଟ ଛୋଟ କାମ କରିଥାନ୍ତି, କେବେ କୁଲି, କେବେ ଘରେ-ଘରେ କାମ, କେବେ ଅନ୍ୟଙ୍କ ଜମିରେ ଦିନମଜୁରୀ । ସେଥିରୁ ଦୁଇ ବେଳର ଖାଇବା ହୋଇଯାଏ ।
କିନ୍ତୁ ବଡ଼ ସମସ୍ୟା ହେଉଛି ରାତିରେ ଥିବା ଗୋଟେ ଛୋଟ କୁଡ଼ିଆ, ଝାଟିମାଟି ରେ ଘର, କେନାଲର ପାଣି ପଶିଲେ ମଧ୍ୟ ଭାସିଯାଏ କୁଡ଼ିଆ । ବର୍ଷା ହେଲେ ପାଣି ଓ ଜମିର କାଦ ଭିତରେ ମା-ଝିଅର ରାତି କାଟିଥାଏ ।“ଦୁଇବେଳର ଖାଇବା ହେଲେ ବି, ରାତିରେ ମୁଣ୍ଡ ଉପରେ ଗୋଟେ ନିରାପଦ ଘର ନାହିଁ।
ମୌଳିକ ସୁବିଧାରୁ ବଞ୍ଚିତ ମା-ଝିଅ
