ଦିଲ୍ଲୀ: ଦିଲ୍ଲୀ ବିସ୍ପୋରଣର ଆହାତଙ୍କୁ ଭେଟିଲେ ମୋଦି । ଏଲଏନଜେପିରେ ଆହତ ବ୍ୟକ୍ତିଙ୍କୁ ଭେଟିଛନ୍ତି । ଭୁଟାନରୁ ଫେରି ପ୍ରଥମେ ଏଲଏନଜେପି ହସ୍ପିଟାଲ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ଗତ ୧୦ ନଭେମ୍ବର ସନ୍ଧ୍ୟା ଦିଲ୍ଲୀ ମାଟିରେ ହୋଇଥିବା ବିସ୍ପୋରଣରେ ସାରା ଦେଶ ଥରି ଉଠିଥିବା ବେଳେ ଏହା ଇତିହାସରେ ବଡ଼ ଛାପ ଛାଡିଛି । ଆତଙ୍କୀ ପ୍ଳାନରେ ଚାଲିଯାଇଛି ୧୩ ଜୀବନ । ଅନେକ ଜୀବନ ଏବେ ହସ୍ପିଟାଲ ବେଡରେ ସଂର୍ଘଷ କରୁଥିବା ବେଳେ ସେମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।
ବିସ୍ପୋରଣ ଆହତଙ୍କ ସହ ମୋଦୀଙ୍କ ବାର୍ତ୍ତାଳାପ
